କରଞ୍ଜିଆ/ ବସନ୍ତ କୁମାର ସୋରେନ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୯ ଆହତ ଜଣେ ଗୁରୁତର । ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ଘୁଳାଘାଟି ବାଙ୍କରେ ଭାରଶ୍ୟାମ ହରାଇ ରାସ୍ତା କଡରେ ଓଲଟିଲା ଅଟୋ । ଏଥିରେ ୯ ଜଣ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଅଟୋ ଟି ଆନନ୍ଦପୁର ବ୍ଲକ ଧୋଅବଣି ଗାଁ ରୁ କାଠକଟାଗ୍ରାମ କୁ ବିଲ କାମପାଇଁ ଆସୁଥିବା ବେଳେ ଭାରାସାମ୍ୟ ହରାଇ ସାତକୋଶିଆ ଘୋଳାଘାଟିରେ ଓଲଟି ପଡିଲା । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନା ଭର୍ତ୍ତି କରିଥିଲେ ବି ରେଞ୍ଜର ହାଇବୁରୁ ନାମକ ଯୁବକ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଅବସ୍ତାରେ ଅଧିକ ଚିକିତ୍ସା ପାଇଁ ଆନନ୍ଦପୁର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ତେବେ ଖବର ପାଇ ମହୁଲଡିହା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।