ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କମିବାରେ ଲାଗିଛି ବାଘ ସଂଖ୍ୟା । ବର୍ତ୍ତମାନ ଓଡିଶାରେ ୨୦ଟି ବାଘ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ୨୦୨୧-୨୨ ଗଣନା ଅନୁସାରେ ବାଘ ସଂଖ୍ୟା କମିଥିବା କୁହାଯାଉଛି । ତେବେ ଶିମିଳିପାଳରେ ବାଘ ସଂଖ୍ୟା ୧୬କୁ କମିଥିବା କୁହାଯାଉଛି । ୨୦୧୮ ଗଣନା ଅନୁସାରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୨୮ ଥିଲା । ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଥିବା କୁହାଯାଉଛି।