ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଜରିମାନା ଲଗାଇଛି

ନୂଆଦିଲ୍ଳୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କା ଆର୍ଥିକ ଜରିମାନା ଲଗାଇଛି  ଇଣ୍ଡିଗୋ ଏୟାରଲାଇନ୍ସ ୨୦୧୩  ମସିହାରେ ଛଅ ମାସ ମଧ୍ୟରେ A321 ବିମାନରେ ଚାରିଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସର ଉପରେ ଏକ ସ୍ୱତନ୍ତ୍ର ଅଡିଟ୍ କରାଯାଇଥିଲା  DGCA ଆବଶ୍ୟକତା ଏବଂ OEM ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନଙ୍କର ଡକ୍ୟୁମେଣ୍ଟ ଏବଂ ପ୍ରକ୍ରିୟାରେ ସଂଶୋଧନ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ସୂଚନା ଅନୁସାରେଅପରେସନ୍, ଟ୍ରେନିଂ, ଇଞ୍ଜିନିୟରିଂ ଏବଂ ଫ୍ଲାଇଟ୍ ଡାଟା ମନିଟରିଂ ପ୍ରୋଗ୍ରାମ ଉପରେ ସେମାନଙ୍କର ଡକ୍ୟୁମେଣ୍ଟେସନ୍ ଏବଂ ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା ଏହି ସମୀକ୍ଷା ବେଳେ ମିଳିଥିବା ତୃଟି ଆଧାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ତିଗୋ ଏୟାର ଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନ ଲଗାଇଛି