ଶ୍ରୀ କ୍ଷେତ୍ରରେ ହତ୍ୟାକାଣ୍ଡ, ବାବାଙ୍କୁ ମାରିଲେ ବାବା

ପୁରୀ: ଶ୍ରୀକ୍ଷେତ୍ରରେ ଦେଖାଦେଲା ରକ୍ତଛିଟା । ବାବାଙ୍କ ଆକ୍ରମଣରେ ବାବା ମୃତ୍ୟୁ ।ପୁରୀ ବାସେଳି ସାହି ଥାନା ଗୁରୁକୃପା ମଠରେ ହତ୍ୟାକାଣ୍ଡ । ବାବା ମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିବା କଥା ବାସେଳିସାହି ଥାନା ଅଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି ।

ସୂଚନା ମୁତାବକ, ଗତ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥଲା । ଧୀରେ ଧୀରେ ଏହି ଝଗଡା ଉଗ୍ର ରୂପ ଧାରଣ କରିଥିଲା ।କାଠ ଫାଳିଆରେ ବିଷ୍ଣୁବାବା ଗୁରୁକୃପା ମଠକୁ ଯାଇ ଅର୍ଜୁନ ବାବାଙ୍କ ଉପରେ ହତ୍ୟା କରିଥିଲେ । ଦୟାନିଧି ବାବାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ଯାହା ଫଳରେ ଗୁରୁତର ଭାବରେ ଆହାତ ହୋଇଥିଲେ ଦୟାନିଧି ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।