କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୪ତମ କିସ୍ତି ପ୍ରଦାନ କଲେ ନରୋନ୍ଦ୍ର ମୋଦୀ

ନୂଆ ଦିଲ୍ଲୀ :ଆଜି କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୪ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ । ଦେଶର ୮କୋଟି ୫୦ଲକ୍ଷ କୃଷକ ପରିବାରର ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଇଛି । ଏଥିରେ କୃଷକଙ୍କ ପାଖକୁ ୧୭ ହଜାର ଟଙ୍କା ପଠା ଯାଇଥିବା କୁହାଯାଉଛି । ଏହି ଯୋଜନା ହେଉଛି ବିଶ୍ୱର ସର୍ବ ବୃହତ ଯୋଜନା ଯେଉଁ ଥିରେ କୃଷକ ମାନଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଟଙ୍କା ହସ୍ତାନ୍ତର ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାରେ କେନ୍ଦ୍ର ସରକାର ୬୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଡ଼ିବିଟି ମାଧ୍ୟମରେ କୃଷକମାନଙ୍କୁ ପ୍ରଦାନ କରିବା କଥା ମଧ୍ୟ ସେ କହିଛନ୍ତି ।