ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ପୁଅ ବିଶାଲଙ୍କ ଅନୁରୋଧ

ଝାରସୁଗୁଡା : ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କରିଛନ୍ତି ପୁଅ ବିଶାଲ ଦାସ । ଟ୍ୱିଟ୍ କରି କହିଛନ୍ତି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡକୁ ନେଇ ତଦନ୍ତ କରୁଛି । ଯଦି କାହା ପାଖରେ କିଛି ପ୍ରମାଣ ଅଛି, ତାହାଲେ କୋର୍ଟରେ ନହେଲେ କ୍ରାଇମବ୍ରାଞ୍ଚକୁ ଦେଇ ସହଯୋଗ କରନ୍ତୁ । ଅଜଥା ବୟାନବାଜୀ କରି ରାଜନୀତି ନକରିବାକୁ କହିଛନ୍ତି ବିଶାଲ ।