ହାତୀ ପଲ ଦେଖି ଲୋକେ ଆତଙ୍କିତ

ବିଷମ କଟକ /ରବିନ୍ଦ୍ର କୁମାର ସାହୁ: ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ରାୟଗଡ଼ା ଜିଲ୍ଲା ବିଷମ କଟକ ବନଖଣ୍ଡ ଅନ୍ତର୍ଗତ ଚାଞ୍ଚଡା ଗୁଡା ପଞ୍ଚାୟତର ସାନ ସାର୍ତେଲି ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଚଳପ୍ରଚଳ କରୁଥିବା ଦେଖାଯାଉଛି । ଯାହାକୁ ନେଇ ଲୋକେ ଆତଙ୍କ ହୋଇପଡ଼ିଛନ୍ତି। ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁ ଜଙ୍ଗଲୀ ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ଚାଞ୍ଚଡାଗୁଡା ଗ୍ରାମପଞ୍ଚାୟତର ଆଖପାଖ ଅଞ୍ଚଳରେ ଦୁଇ ଟିକିଆ ହାତୀପଲ ଚଳପ୍ରଚଳ କରୁଥିବା ଜଣାପଡ଼ିଛି। ଏହି ହାତୀପଲ ସାନ ସାର୍ତେଲି ଓ ବଡ଼ ସାର୍ତେଲି ଗ୍ରାମରେ କଦଳୀ ଗଛ , ପଣସ ଓ ସଲଫ ଗଛ ଖାଇଥିବା ଦେଖିବାକୁ ମିଳିଛି। ବନ ବିଭାଗ ତୁରନ୍ତ ହାତୀମାନଙ୍କୁ ନ ଘୋଉଡ଼ାଇଲେ ଗାଁରେ ପଶି ଉପଦ୍ରବ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି ଗ୍ରାମବାସୀ। ଆଦିବାସୀ ମାନଙ୍କ ଜୀବିକା କହିଲେ ଜଙ୍ଗଲକୁ ବୁଝାଉଥିବା ବେଳେ ଜଙ୍ଗଲୀ ହାତୀ ଭୟରେ ଆଖପାଖ ଗ୍ରାମବାସୀ କିଛି ଦିନ ହେଲା ଜଙ୍ଗଲକୁ ଯିବା ଛାଡ଼ି ଦେଇଛନ୍ତି।  ବନ ବିଭାଗ ପକ୍ଷରୁ ହାତୀ ଜଙ୍ଗଲରେ ଥିବ ପର୍ଯ୍ୟନ୍ତ ଏହି ଜଙ୍ଗଲରେ ପୋଡ଼ୁ ଚାଷ କରୁଥିବା ଲୋକଙ୍କୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ଅନ୍ୟ ପଟେ ବର୍ଷା ଦିନ ହେତୁ ଚାଷ କରିବା ନିମନ୍ତେ ବିଭିନ୍ନ ପ୍ରକାର ବିହନ ଜଙ୍ଗରରେ ବୁଣିବାକୁ ଥିବା ବେଳେ ହାତୀ ଭୟରେ କେହି ହେଲେ ଜଙ୍ଗଲକୁ ଯାଉ ନଥିବା ଜଣାପଡ଼ିଛି। ସେହିପରି ହାତୀ ଭୟରେ ଲୋକେ ସନ୍ଧ୍ୟା ହେଲେ ଘରେ ରହି ତାଟି କବାଟ ବନ୍ଦ କରି ଆଉ ଘରୁ ବାହାରକୁ ବାହାରୁ ନଥିବା ଜଣାପଡ଼ିଛି। କୌଣସି ଅଘଟଣ ଘଟିବା ସନ୍ଦେହ କରି ବିଦ୍ୟୁତ୍ ବିଭାଗ ତରଫରୁ ବିଦ୍ୟୁତ୍ ବିଚ୍ଛିନ୍ନ କରି ଦେଇଥିବା ସୂଚନା ମିଳିଛି। ଅନ୍ୟ ପଟେ ରେଲ ଲାଇନି ଜଙ୍ଗଲରୁ ମାତ୍ର ୫୦ ମିଟର ଦୁରରେ ଥିବାରୁ ସମ୍ବଲପୁର ରେଳବାଇ ବିଭାଗର ମୁଖ୍ୟ କର୍ଯ୍ୟାଳୟକୁ ଲେଟର ନମ୍ବର: ,୯୮୫୧ ରେ ଦୃତ ଗତିରେ ଟ୍ରେନ ଚଳାଚଳ ନକରିବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ରେଞ୍ଜର ପ୍ରସନ୍ନ କୁମାର ମିଶ୍ର , ବିଷମ କଟକ ଫରେଷ୍ଟର ହେମ ଚରଣ ବେହେରା ଓ ବନ ରଖି କମଳା ନାଗ ଓ ଅହଲ୍ୟା କୁମାରୀ ପାତ୍ର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ହାତୀ କୁ ଦେଖିବା ପାଇଁ ଗ୍ରାମବ।ସିଙ୍କ ଭିଡ ଜମାଇ ଥିବା ଲୋକଙ୍କୁ ଖାଲି କରି ଜଙ୍ଗଲ ମଧ୍ୟକୁ ଯିବା ପାଇଁ ବ।ରଣ କରାଯାଇଛି । ସେଠାରେ ରହି ହାତୀ ଗତି ପଥ ଉପରେ ନଜର ରଖିଛନ୍ତି ବନ ବିଭାଗ।