ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡଧରଣର ଅଦଳବଦଳ । ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । କ୍ରଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ହୋଇଥିବା ବେଳେ କେ. ସାର୍ଥକ ଷଢଙ୍ଗୀ ହେଲେ ଅଗ୍ନୀଶମ ଓ ହୋମଗାର୍ଡ ଡିଆଇଜି । ସତ୍ୟଜିତ ନାୟକଙ୍କୁ ଏଚ୍ଆର୍ପିସି ଦାୟିତ୍ୱ ଦିଆଯାଇଥିବା ବେଳେ ଡିଆଇଜି ଯୁଗଳ କିଶୋର ବାନୋଥଙ୍କୁ ଏଆଇଜି ହେଡକ୍ୱାର୍ଟର ଦାୟିତ୍ୱ ଦିଆଯାଇଛି । ତେବେ ଏସପି ର୍ୟାଙ୍କରେ ମଧ୍ୟ ଅଦଳବଦଳ କରାଯାଇଛି । ବଦଳିଲେ କଟକ ଓ ନୟାଗଡ଼ ଏସପି । ରାହୁଲ ଜୈନ ନୟାଗଡ଼ ଏସପି ହୋଇଥିବା ବେଳେ ମିହିର କୁମାର ପଣ୍ଡା ହେଲେ କଟକ ଗ୍ରମାଞ୍ଚଳ ଏସପି ।