ଭୁବନେଶ୍ୱର : ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ଛାତ୍ରଙ୍କୁ ଠାବ କରାଯାଇଛି । ଟିଟିଲାଗଡରୁ ମିଳିଛନ୍ତି ଦୁଇ ଛାତ୍ର । ସେମାନଙ୍କୁ ଆଣିବା ପାଇଁ ଚନ୍ଦକା ଥାନାର ଏକ ଟିମ୍ ଟିଟିଲାଗଡ ଯାଉଥିବା କୁହାଯାଉଛି । ଭୁବନେଶ୍ୱରରୁ କେମିତି ଟିଟିଲାଗଡ ଗଲେ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଛାତ୍ରଙ୍କୁ ଠାବ କରାଯାଇଥିବା କୁହାଯାଉଛି ।
ତେବେ ଗତକାଲି ଦଶମ ଶ୍ରେଣୀର ଦୁଇ ଛାତ୍ର ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର ସ୍କୁଲ ଆସିଥିଲେ । ହେଲେ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ମିଳିନଥିଲେ ଦୁଇ ନାବାଳକ । ପରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ବାପା ମାଆ । ଅଭିଯୋଗ ପରେ ପୋଲିସ ସ୍କୁଲର ଅଧ୍ୟକ୍ଷାଙ୍କୁ ପଚରାଉଚରା କରିଥିଲା। ଏଥିସହ ସ୍କୁଲରେ ଲାଗିଥିବା ସିଟିଟିଭି ଓ ସ୍କୁଲ ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛନ୍ତି ।