ବିଶ୍ବସ୍ତରୀୟ ମଞ୍ଚରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ

ବରଗଡ: ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ । ଏଥିପାଇଁ ସେ କାଠମାଣ୍ଡୁ ଗସ୍ତ କରିଛନ୍ତି ।Madness and an ethology of world poetry ନାମକ ବିଶ୍ବସ୍ତରୀୟ ପୁସ୍ତକରେ ହଳଧର ନାଗଙ୍କ ସମ୍ବଲପୁରୀ କବିତା ନାନା ପାଗଳର ଇଂରାଜୀ ଅନୁବାଦିତ Holy Madness ଲେଖାଟି ସ୍ଥାନ ପାଇଛି ।ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଲିଖିତ କବିତା ସାରା ବିଶ୍ବରେ ନାମ କରିଥିବା ବେଳେ, ତାଙ୍କୁ କାଠମାଣ୍ଡୁର ବିଶ୍ବସ୍ତରୀୟ କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି ।
କାର୍ୟ୍ୟକ୍ରମରେ କାଠମାଣ୍ଡୁ ମେୟର, ଡେପୁଟି ମେୟର ଏବଂ ସେଠାକାର ଅମ୍ବାସଡ଼ର ଉପସ୍ଥିତ ରହିବେ । ହଳଧର ନାଗଙ୍କୁ ବିଦେଶ ମାଟିରେ ସମ୍ମାନିତ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।