ଭୁବନେଶ୍ୱର:କେରଳ ଛୁଇଁଲା ମୌସୁମୀ । ଲାକ୍ଷାଦ୍ୱୀପ ସହ କେରଳର କିଛି ଅଞ୍ଚଳକୁ ଛୁଇଁଲା ମୌସୁମୀ । ସପ୍ତାହେ ବିଳମ୍ବରେ ପହଞ୍ଚିଲା ମୌସୁମୀ । ଜୁନ ୧୫ପରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ । ଜୁନରେ ସ୍ୱାଭାବିକ ଠାରୁ କମ ରହିବ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି ।

ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ପ୍ରାକ୍ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ । ଏ ପର୍ୟ୍ୟନ୍ତ ପ୍ରାକ୍ ମୌସୁମୀ ବର୍ଷା ହୋଇ ନ ଥିବାରୁ ବିହନ ଅନୁକୂଳ ହୋଇ ନାହିଁ ।ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରିଥିଲେ IMD ଡିଜି ।