ରେକର୍ଡ ହେଲା ଲୋକ ପାଇଲଟଙ୍କ ବୟାନ

ସିଗନାଲ ପାଇ ଲୁପ୍ ଲାଇନକୁ ଯାଇଥିଲା କରମଣ୍ଡଳ ଏକ୍ସପ୍ରେସ, ଲୋକ ପାଇଲଟଙ୍କ ବୟାନ ରେକର୍ଡ । ଏହି ଲୋକପାଇଲଟ୍ ଚଲାଉଥିଲେ କରମଣ୍ଡଳ ଏକ୍ସପ୍ରେସ୍ । କେମିତି ଓ କାହିଁକି ଘଟିଲା ଦୁର୍ଘଟଣା, ଗୁରୁତର ଆହତ ଗୁଣ ନିଧି ମହାନ୍ତି ଙ୍କ ବୟାନ କୁ ରେକର୍ଡ କରାଯାଇଛି। ସେଦିନ ଘଟିଥିବା କଣ କେମିତି ହେଲା ଦୁର୍ଘଟଣା । ତେବେ ବର୍ତ୍ତମାନ ସମୟରେ କରମଣ୍ଡଳ ଏକ୍ସପ୍ରେସ ର ଲୋକ ପାଇଲଟ ଙ୍କ ବୟାନ ରେକର୍ଡ କରାଯାଇଛି। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପ୍ରତ୍ୟକ୍ଷଦର୍ଶୀ ତଥା କରମଣ୍ଡଳ ଏକ୍ସପ୍ରେସର ୨ ଆହତ ଲୋକୋ ପାଇଲଟ୍ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଆଜି ଦ.ପୂ ରେଲୱେ ଉଚଜଙ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ତେଣୁ ଦୁଇ ଲୋକୋ ପାଇଲଟ ପୂରା ସୁସ୍ଥ ହେଲା ପରେ ଘଟଣା ଉପରୁ ପରଦା ହଟିବା ବୋଲି କୁହାଯାଉଛି। ସେପଟେ ଦୁର୍ଘଟଣା ପରେ ଲୋକ ପାଇଲ୍ଙ୍କୁ କିପରି ଉଦ୍ଧାର କରାଯାଇଥିଲା ତାହାର ଫଟୋ ସାମ୍ନାକୁ ଆସିଛି। ସେପଟେ ଦ.ପୂ ରେଲୱେ ସେଫ୍ଟି କମିଶନର ଘଟଣାର ତଦନ୍ତ କରୁଥିବା ବେଳେ ପୂର୍ଣ୍ଣ ରିପୋର୍ଟ ଆସିବା ପରେ ସ୍ଥିତି ସମ୍ପର୍କରେ କୁହାଯିବ ବୋଲି ସୂଚନା ମିଳିଛି।