୧୦ ଦିନିଆ ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ । ସାନ ଫ୍ରାନସିସକୋ, ୱାସିଂଟନ ଡିସି ଓ ନୁୃୟର୍କ ସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାଯ୍ୟାକ୍ରମ ରହିଛି । ସାନ ଫ୍ରାନସିସକୋରେ ପ୍ରବାସି ଭାରତୀୟଙ୍କୁ ସମ୍ବୋଧନା କରିବା ସମୟରେ ମେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରହୁଲ । କହିଛନ୍ତି, ଭାରତରେ କିଛି ଏମିତି ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସେ ସବୁକିଛି ଜାଣିଛନ୍ତି । ଏମିତିକି ବ୍ରହ୍ମାଣ୍ଡରେ କ’ଣ ଚାଲିଛି, ସେ ନେଇ ଭଗବାନଙ୍କୁ ବୁଝାଇବାର ବି କ୍ଷମତା ରଖିଛନ୍ତି ମୋଦୀ । ଏହି ଅବସରରେ ରାହୁଲ କନ୍ୟାକୁମାରୀରୁ କାଶ୍ମୀର ପର୍ୟ୍ୟନ୍ତ ଭାରତ ଯୋଡ଼ ଯାତ୍ରାର ଅନୁଭୂତି ସମ୍ପର୍କରେ ମଧ୍ୟ ଭାରତୀୟ ମାନଙ୍କୁ ସେ କହିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଘୃଣା ବଜାରରେ ପ୍ରେମର ଦୋକାନ ଖୋଲିଛି । ଏହି ଯାତ୍ରାକୁ ବନ୍ଦ କରିବାକୁ ବହୁତ ଚେଷ୍ଟା କରାଯାଇଥିଲା, ହେଲେ ଏହା ସମ୍ଭବ ହୋଇପାରିଲା ନାହିଁ ।