ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସୁନ୍ଧରା ଯୋଜନା ରେ ପ୍ରଦାନ କରାଯାଉଥିବା ପଟ୍ଟା କୁ ଉଭୟ ସ୍ତ୍ରୀ ଓ ସ୍ୱାମୀ ଙ୍କ ନାମରେ ରେକର୍ଡ କରାଯାଉଛି ଏବଂ ସ୍ତ୍ରୀ ଙ୍କ ନାମ ରେ ପ୍ରଥମେ ସ୍ଥାନିତ କରାଯାଉଛି । ସେହିପରି ମହିଳାମାନଙ୍କୁ ଷ୍ଟାମ୍ପ ଦେୟ ଉପରେ ୧ ପ୍ରତିଶତ ରିହାତି ଦିଆଯାଇଛି । ପଞ୍ଜିକରଣ କାର୍ୟ୍ୟାଳୟ ରେ ଅଧିକ ସ୍ୱଛତା ପାଇଁ ଖୁବ ଶୀଘ୍ର ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ଆରମ୍ବ ହେବାକୁ ଯାଉଛି । DILRMP ର ୬ ସୂତ୍ରୀ କାର୍ୟ୍ୟକ୍ରମରେ ଭାରତ ର ୭୫ ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର ୧୯ ଟି ଜିଲ୍ଲା କୁ କେନ୍ଦ୍ର ସରକାର ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ଉଝଜ ପାଣ୍ଠି ଅଧୀନ ରେ ୫୯ ଟି ନୂତନ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଉଛି । ୩୯ ହଜାର ୩୯୮ ଘର ପାଇଁ ହିତାଧିକାରୀ ଙ୍କୁ ଜମି ଦେଇଛି ରାଜସ୍ବ ବିଭାଗ । ୧୦ ହଜାର ୩୬ ଟି ସ୍କୁଲ ଓ ୧୬୦ ମହା ବିଦ୍ୟାଳୟ କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଙଝଜଞଉ ରେ ୫୪ ଟି ଜାଗା ଦିଆଯାଇଛି ୨ ୟ ପର୍ୟ୍ୟାୟ ରେ ବସଷ୍ଟାଣ୍ଡ ପାଇଁ ୭୭ ଟି ଜାଗା ଦେବ ରାଜସ୍ବ ବିଭାଗ ।