ଭୁବନେଶ୍ୱର:SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି CMRF ଢାଞ୍ଚାରେ ଗଠନ ହେବ । ଏହି ଫଣ୍ଡ କେବଳ ମହିଳା ମାନଙ୍କ ପାଇଁ ହେବ ଯେଉଁ ମହିଳା ମାନେ ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ, ଏହି ଫଣ୍ଡରୁ ସେମାନଙ୍କୁ ଆର୍ଥିକ ସହାୟତା କରାଯିବ ।ଏହି ଫଣ୍ଡ ୩-୪ ମାସ ମଧ୍ୟରେ କାର୍ୟ୍ୟକାରୀ ହେବ। ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ। ସୁଜାତା ଆର୍ କାର୍ତ୍ତିକେୟନ, ମିଶନ ଶକ୍ତି ସଚିବ କହିଛନ୍ତି ।
SHG ମହିଳାଙ୍କ ନେତୃତ୍ୱ ପାଇଁ ଗଠନ ହେବ ରାଜ୍ୟ ସ୍ତରୀୟ SHG ଫେଡେରେସନ ଗଠନ ହେବ । ଫେଡେରେସନ ଟିମ ରାଜ୍ୟସ୍ତରରେ ବଭିନ୍ନ ଯୋଜନାରେ କିଭଳି ଅଧିକ କାମ ହେବ ତାହାର ତଦାରଖ କରିବେ । SHG ଋଣ ୮ ବର୍ଷରେ ୧୯ ଗୁଣା ବୃଦ୍ଧି ଘଟିଛି । ୨୦୧୪-୧୫ର ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨ ୩ରେ ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । SHGଙ୍କ କ୍ଷେତ୍ରରେ ଅନାଦେୟ ଋଣ ମାତ୍ର ୧.୯୯% ଏଥିଲାଗି କେନ୍ଦ୍ର ଠାରୁ ପ୍ରଶଂସା ପାଇଛି ଓଡ଼ିଶା।
ଓଡ଼ିଶାର ୮୬.୫% ମହିଳାଙ୍କ ପାଖରେ ରହିଛି ବ୍ୟାଙ୍କ ଖାତା। ଯାହାକି ଜାତୀୟ ହାର ୭୮.୬% ଠାରୁ ଢେର ଅଧିକ।
ଆର୍ଥିକ ପରିଚାଳନା ୮ ବର୍ଷରେ ୧୯ ଗୁଣା ବୃଦ୍ଧି ପାଇଛି। ମହିଳା ମାନଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଭିତ୍ତିଭୂମି ଯୋଗାଇ ଦିଆଯାଉଛି, ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । କୋଭିଡ ସମୟରେ ମହିଳାମାନଙ୍କ ଉଲ୍ଲେଖନୀୟ କାମ ଯୋଗୁ ପ୍ରଶଂସା କରାଯାଇଛି। ୨ କୋଟି ମିଲ ପ୍ରସ୍ତୁତ କରିବାସହ ୭୫ ଲକ୍ଷ ମାସ୍କ ଦେଇଥିଲେ।