ବିୟୁଟି ପାର୍ଲରରେ କନିଆକୁ ଗୁଳି କଲେ କନେଷ୍ଟବଳ ।

ବିୟୁଟି ପାର୍ଲରରେ କନିଆକୁ ଗୁଳି କଲେ କନେଷ୍ଟବଳ । ଏ ଘଟଣା ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ ପାର୍ଲରେ କାମ କରୁଥିବା ଅନ୍ୟ ମହିଳା କିନ୍ତୁ ଚକମା ଦେଇ ଖସି ପଳାଇଥିଲେ ପୋଲିସ କର୍ମୀ । ହଁ ଦର୍ଶକ ବନ୍ଧୁ ନିଜ ବାହାଘରକୁ ନେଇ କେତେ ସ୍ୱପ୍ନ ଦେଖିଥିବ କନିଆ କିନ୍ତୁ ସେ ସବୁ ପାଣି ଫୋଟୋକାପରି ମେଳେଇଗଲା । ବାହାଘର ପାଇଁ ସଜବାଜ ହେଉ ହେଉ ହଠାତ ଗୁଳି ଫୁଟିଲା । ଲୋକଙ୍କୁ ସୁରକ୍ଷା ଦେଉଥିବା ସୁରକ୍ଷା କର୍ମୀ ହିଁ ଆଜି ସୈତାନ ପାଲଟିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରରେ । ଏହିଘଟଣାପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତେବେ କନେଷ୍ଟବଳଙ୍କ ଏଭଳି କରିବାର କାରଣ ବି ସାମ୍ନାକୁ ଆସିଛି ।

ଜଣା ପିଛି ଯେ, ଏହା ଏକପାଖିଆ ପ୍ରେମ ଲାଗି ହୋଇଛି । କନେଷ୍ଟବଳ ଜଣଙ୍କ ସେହି କନିଆଙ୍କୁ ଭଲପାଉଥିଲେ । କନେଷ୍ଟବଳ ଅମନ କୁମାର ହେଉଛନ୍ତି ୨୦୨୧ ବ୍ୟାଚର ସିପାହୀ । ଅଭିଯୁକ୍ତ ଯେଉଁ ବନ୍ଧୁକ ଦ୍ୱାରା କନ୍ୟା ଉପରକୁ ଆକ୍ରମଣ କରିଥିଲା ତାହା ଅବୈଦ୍ଧ ବନ୍ଧୁକ । ଏହି ଘଟଣାର ତଦନ୍ତ ଜାରିଥିବା କାହିଛନ୍ତି ଡିଏସପି ରାଜଶେ କୁମାର । ଅଭିଯୁକ୍ତ କହିବା ଅନୁସାରେ ଦୁଇଦିନ ଧରି ସେହି ଝିଅ ସହ କଥା ହେବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ଭେଟି ପାରି ନଥିଲେ । ଏହା ପରେ ସେ ବିୟୁଟିପାର୍ଲରରେ ସଜ ହେଉଥିବାର ଜାଣି ସେଠାକୁ ଯାଇଥିଲେ ଓ ଘଟଣା ସ୍ଥଳରେ ଗୁଳିଚଲାଇଥିଲେ ।