ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହେଲେ ବାମସେଫ ର ଏକଦିବସୀୟ ପ୍ରଶିକ୍ଷଣ ଶିବିର 

କନ୍ଧମାଳ /ମୃତ୍ୟୁଞ୍ଜୟ ଦିଗାଲ:  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବାମ ସେଫ ଓ ସମସ୍ତ ସହଯୋଗୀ ସଂଗଠନ ଦ୍ୱାରା ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିର ରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାମଲ  ଉଦଘାଟକ ଭାବରେ ଯୋଗ ଦେଇଥିବା ବେଳେ ଫୁଲବାଣୀ କନିଷ୍ଠ ମହାବିଦ୍ୟାଳୟ ର ଅଧକ୍ଷା ୟୋତିର୍ମୟୀ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠି ଶିକ୍ଷା ଅଧିକାରୀ ଚୈତନ୍ୟ କହଁର, ଫୁଲବାଣୀ ଏଡିଯେ କୋର୍ଟ ର ଏଡମିଷ୍ଟ୍ରେଟିଭ ଅଫିସର ସୁଜନ ବେହେରା,ଫିରିଙ୍ଗିଆ ର ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ, ଅବସରପ୍ରାପ୍ତ ସେନା ଅଧିକାରୀ ଡ୍ରାଇଭର କହଁର, ଫିରିଙ୍ଗିଆ ପାଣ କୁଳ ସମାଜ ସଭାପତି ଚନ୍ଦ୍ରମୋହନ ନାଏକ, କନ୍ଧମାଳ ଜିଲ୍ଲାର ଜଣାଶୁଣା ସାମାଜିକ କର୍ମୀ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ ରେ ବାମସେଫ ର ରାଜ୍ୟ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ସିଂ ପ୍ରଶିକ୍ଷକ ଭାବରେ ଯୋଗଦେଇ ସଂଗଠନ ର ସଦସ୍ୟ ସଦଶ୍ୟା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ I ବାମସେଫ ଓ ସମସ୍ତ ସହଯୋଗୀ  ସଙ୍ଘଟନ କନ୍ଧମାଳ ଜିଲ୍ଲା ସାଖା ତରଫରୁ ପ୍ରଥମ ଥର ପାଇଁ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସଂଗଠନ ର ଫିରିଙ୍ଗିଆ ସାଖା ର ବିଶ୍ୱନାଥ ଡିଗାଲ ଓ ଭୋଦେବ କହଁର ଙ୍କ ସହ ମାଧବ କହଁର, ବିରଞ୍ଚି କହଁର, ସୁଧୀର ଡିଗାଲ, ସୋମନାଥ ଡିଗାଲ ଓ ଅନ୍ୟମାନେ ସହଯୋଗ କରିଥିଲେ I