ରାଉରକେଲା ରେ ଜଳିଗଲା ମୋ ବସ୍

ରାଉରକେଲା: ହୁତୁହୁତୁ ହୋଇ ଜଳିଲା ମୋ ବସ୍ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ମୋ ବସରେ ନିଆଁ ଲାଗିଥିଲା । ଗାଡିରେ ନିଆଁ ଲାଗିବା କ୍ଷଣି ଡ୍ରାଇଭର ତୁରନ୍ତ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ଯାହାଫଳରେ ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିଲା । କିନ୍ତୁ ଚାହୁଁ ଚାହୁଁ ବସରେ ନିଆଁ ବ୍ୟାପିଥିଲା । ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା । ଫଳରେ କିଛି ସମୟ ମଧ୍ୟରେ ହିଁ ବସଟି ଜଳି ପୋଡି ଛାରଖାର ହୋଇ ଯାଇଥିଲା ।