ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ରୋଡ଼ ସାହି ପ୍ରାଥମିକ ବିଦ୍ୟାଳୟ ନିକଟ ଏକ ଗଛ ମୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି l ମୃତ ବ୍ୟକ୍ତି ଙ୍କ ପରିଚୟ ମିଳିପାରିନଥିବା ବେଳେ ହାତ ବନ୍ଧା ଅବସ୍ଥାରେ ଗଛ ମୂଳେ ମୃତଦେହ ପଡ଼ିଥିବା ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ତେବେ ହତ୍ୟାକାଣ୍ଡର ପ୍ରକୃତ କରଣ ଅସ୍ପଷ୍ଟ ରହିଥିବା ବେଳେ କିଏ ଏବଂ କାହିଁକି ମୃତ ବ୍ୟକ୍ତି ଙ୍କୁ ହତ୍ୟା କଲା ତାହାର ତଦନ୍ତ ଚାଲିଥିବା ବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଥିବା ଜଣାପଡିଛି l