ମୁମ୍ବାଇ: ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କର ପ୍ରଶଂସକକୁ ତାଙ୍କ ବାଉନ୍ସର ଧକ୍କା ଦେବା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ଅଙ୍ଗରକ୍ଷୀ ଓ ସେଲଫି ନେବାକୁ ଚେଷ୍ଟା କରୁଥିବା ଯୁବକକୁ ଟ୍ରୋଲ କରୁଛନ୍ତି । ଏହି ଭିଡିଓରେ, ରଶ୍ମିକା ତାଙ୍କ ଅଙ୍ଗରକ୍ଷୀଙ୍କ ସହ ଏକ ଇଭେଣ୍ଟକୁ ଯାଉଥିବା ବେଳେ ଯେଉଁ ଘଟଣା ଘଟିଥିଲା, ତାହା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ରଶ୍ମିକାଙ୍କ ଅଙ୍ଗରକ୍ଷୀ ଜଣେ ଯୁବକଙ୍କୁ ଜୋରରେ ଟାଣି କଡ଼କୁ ଠେଲି ଦେଉଛନ୍ତି। ରଶ୍ମିକା ସେହି ସମୟରେ ତାଙ୍କ ଅଙ୍ଗରକ୍ଷୀଙ୍କୁ ଅଟକାଇଥିବାର ନଜର ଆସିଛନ୍ତି। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।