ଜଳେଶ୍ଵର / ଅଜିତ କୁମାର ସାହୁ : ଓଡ଼ିଶା ର ସୀମାନ୍ତବର୍ତ୍ତି, ତଥା ପଡୋଶୀ ପଶ୍ଚିମବଙ୍ଗ ଏଗ୍ରା ଥାନା ଗ୍ରାମରେ ଥିବା ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ରୁ ଉର୍ଦ୍ଧ ମୃତ,ବହୁ ସଂଖ୍ୟାରେ ଗୁରୁତର। ମୃତକ ମାନଙ୍କ ଭିତରେ ଅଧିକାଂଶ ମହିଳା ଥିବା ବେଳେ, ମୃତକଙ୍କ ପରିଚୟ ମିଳି ପାରିନାହିଁ। ତେବେ ମୃତକ ସଂଖ୍ୟା ବଢିପାରେ। ଖବର ପାଇ ଏଗରା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଗୁରୁତର ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ୍ କୁ ପଠାଇଛି। ବର୍ତ୍ତମାନ ସୁଦ୍ଧା ବି ଉଦ୍ଧାର କାର୍ଯ୍ୟ ଜାରିରହିଚି। ତେବେ କିଭଳି ଭାବେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ।