ଫିଲ୍ମ ସୋନେଚିଡ଼ିଆର ଟ୍ରେଲର ରିଲିଜ

(ରିପୋର୍ଟସ ଟୁଡ଼େ) ଆଜି ରିଲିଜ୍ ହୋଇଛି ଫିଲ୍ମ ସୋନେଚିଡ଼ିଆର ଟ୍ରେଲର। ଫିଲ୍ମରେ ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ଭୂମି ପେଡ଼ନେକରଙ୍କ ଅଭିନୟ ଦେଖିବାକୁ ମିଳିଛି । ଟ୍ରେଲର ଆରମ୍ଭରେ ଏମରଜେନ୍ସି ଘୋଷଣା ହେବା ଦେଖାଯିବା ସହ ପରେ ଚମ୍ବଲ ସହରର କାହାଣୀକୁ ଦେଖାଯାଇଛି। ଏଥିରେ ପ୍ରଥମଥର ପାଇଁ ଏକାସାଙ୍ଗରେ ନଜର ଆସିଛନ୍ତି ସୁଶାନ୍ତ ଏବଂ ଭୂମି।
ଟ୍ରେଲରରେ ଏହି ଦୁଇ କଳାକରଙ୍କ ଛଡ଼ା ଆଶୁତୋଷ ରାଣାଙ୍କର ମଧ୍ୟ ଦମଦାର ଚରିତ୍ର ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମର ନିର୍ଦ୍ଧେଶନା ଦାୟିତ୍ବରେ ଅଭିଷେକ ଚୈବେ ରହିଥିବା ବେଳେ ଏହା ଆର.ଏସ.ଭି.ପ ପ୍ରୋଡ଼କ୍ଟସନରେ ନିର୍ମିତ ହୋଇଛି। ଏହାର ଟିଜର ୬ଡିସେମ୍ବରରେ ଆସିଥିବା ବେଳେ ଫିଲ୍ମଟି ୮ ଫେବୃଆରୀରେ ରିଲିଜ୍ ହେବାକୁ ଯାଉଛି।