ଦୂର୍ବୁତ୍ତଙ୍କ ଗୁଳି ମାଡ଼ରେ ସମାଜ ସେବି ମୃତ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଦୂର୍ବୁତ ଙ୍କ ଗୁଳି ମାଡ଼ରେ ସମାଜ ସେବୀ,ଆଶା ଏନ୍.ଜି.ଓ ନିର୍ଦ୍ଦେଶକ ଙ୍କ ମୃତୁ ଘଟିଛି। ମୃତକ ହେଲେ ଗୁଣୁପୁର ସହରର ଗୌରୀ ମିଶ୍ର (ବୟସ ୫୪) ଶନିବାର ରାତିରେ ସେ ନିୟମିତ ଭାବେ ସାଙ୍ଗ ମାନଙ୍କ ସହ ବୁଲିଯାଇଥିବା ସମୟରେ ସାଙ୍ଗମାନେ ଯିବା ପରେ କିଛି ସମୟ ପାଇଁ ଗୁଣୁପୁର ସ୍ଥିତ ବଂଶଧ।ର। ନଦୀ ପୋଲ ରେ ଠିଆ ହୋଇଥିବା ସମାୟରେ ତିନି ଜଣ ଦୁର୍ବୃତ ମଟର ସାଇକେଲ୍ ଯୋଗେ ପହଞ୍ଚି ତାଙ୍କ ଉପରେ ଗୁଳି ମାଡ଼ କରିଥିଲେ। ଦୁର୍ବୃତ ଙ୍କ ଗୁଳି ମାଡ଼ରେ ଘଟଣା ସ୍ଥଳରେ ଗୌରୀ ମିଶ୍ର ଟଳି ପଡ଼ିଥିଲେ ।

ଖବର ପାଇ ଏସ୍.ଡି.ପି.ଓ ବିକାଶ କୁମାର ବେହୁରା ସମେତ ଅନ୍ୟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗୋରୀ ଙ୍କୁ ଗୁଣପୁର ଉପ ଚିକିତ୍ସାଳୟ ନେଇଥିଲେ । ଡାକ୍ତର ଗୌରୀଙ୍କ ମୃତ ହୋଇଥିବା ସୂଚନା ଦେଇଥିଲେ । ତେବେ ଏହି ଗୁଳି କାଣ୍ଡ କିଏ କରିଛି କେଉ କାରଣରୁ ହୋଇଛି ତାହା ସ୍ୱଷ୍ଟ ହୋଇନାହିଁ। ପୋଲିସ ତଦନ୍ତ ଜାରି ରଖିଛି। ଗୁଣୁପୁର ସହରରେ ପ୍ରଥମ ଥର ଏମିତି ଗୁଳିକାଣ୍ଡ ହୋଇଥିବା ଯୋଗୁ ଅଞ୍ଚଳରେ ଲୋକେ ଭୟଭୀତ ହୋଇଥିବା ଜଣାପଡିଛି।