ବେଆଇନ ଦେଶୀମଦ ବିକ୍ରୟ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ

ଭୁବନେଶ୍ୱର: ଆଜି କ୍ୟାପିଟାଲ ଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ କ୍ୟାପିଟାଲ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ କ୍ୟାପିଟାଲ ହସ୍ପିଟାଲ ନିକଟରେ ଥିବା ଶବ ବ୍ୟବଛେଦ ଘର ଗଳିରେ ଚଢଉ କରିବା ସହ ଅଭିଯୁକ୍ତ ପ୍ରଶାନ୍ତକୁ ଦେଶୀ ମଦ ବିକ୍ରୟ କରୁଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ତାଙ୍କ ହେପାଜତରୁ  ମୋଟ ୧୫ଲିଟର ଦେଶୀମଦ ଜବତ କରାଯାଇଥିଲା । ପଚରା ଉଚରା ବେଳେ, ଅଭିଯୁକ୍ତ ଜଣକ ଏହି ମଦ ବିକ୍ରୟ ନେଇ ପାଖରେ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବରୁ ଅଧିକ ତଦନ୍ତ ପାଇଁ ଜବତ ଦେଶୀ ମଦ ସହିତ ଥାନାକୁ ଆଣିଥିଲେ ।