କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

କର୍ଣ୍ଣାଟକ: କର୍ଣ୍ଣାଟକରେ କଂଗ୍ରେସ କଂଗ୍ରେସର ବିଜୟ ପରେ ସାରା ଦେଶରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି, କର୍ଣ୍ଣାଟକର ଜନତା ଦେଖାଇ ଦେଇଛନ୍ତି କି ଭାରତରେ ସ୍ନେହ ପ୍ରେମ ସମସ୍ତଙ୍କୁ ଭଲ ଲାଗେ । କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇ ସ୍ନେହର ଦୋକାନ ଖୋଲିଥିବା କଥା ସେ କହିଛନ୍ତି । ଏହାସହ କଂଗ୍ରେସର ବିଜୟ ପାଇଁ ସେ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ସେତିକି ନୁହେଁ ଆଜି ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ନିର୍ବାଚନ ବେଳେ କଂଗ୍ରେସ ତରଫରୁ କର୍ଣ୍ଣାଟକବାସୀଙ୍କୁ ଯେଉଁ ପ୍ରମୁଖ ୫ଟି ପ୍ରତିଶ୍ରୁତି ଦିଆଯାଇଥିଲା ତାହା ସରକାର ଗଠନ ହେବାର ପ୍ରଥମ ବୈଠକରେ ପୁରଣ କରାଯିବ ।