ଛତିଆ ଶଶୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ୫ଟି ରେ ରୂପାନ୍ତରିତ

ବଡଚଣା/ବେଦ ପ୍ରକାଶ ନାୟକ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ବଡଚଣା ଶିକ୍ଷା ଧିଶ ଅନ୍ତର୍ଗତ ଛତିଆ ସ୍ଥିତ ଛତିଆ ଶଶୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ 5T ରେ ଅନ୍ତର୍ଭୁକ୍ତ କରାଯାଇଛି। ଯାଜପୁର ଜିଲ୍ଲାର ମୋଟ ୩୭ ଗୋଟି ହାଇ ସ୍କୁଲ ରୂପାନ୍ତରିତ ହୋଇ ଥିବା ବେଳେ, ଗାଁ ଗହଳିରେ ଛାତ୍ର ଛାତ୍ରୀ ମାନଙ୍କୁ ଅତ୍ୟାଧୁନିକ ତଥା ବୈଷୟିକ ଜ୍ଞାନ କୌଶଳ ଯୁକ୍ତ ସ୍ମାର୍ଟ କ୍ଲାସ୍, ଇ- ଲାଇବ୍ରେରୀ, ବିଜ୍ଞାନ ଗାର ଓ ସ୍ୱଛ ପାନୀୟ ଜଳର ବ୍ୟବସ୍ଥା ସ୍ଵତନ୍ତ୍ର ବ୍ୟବସ୍ଥା ଉପଲବ୍ଧ ହୋଇଛି। ତେବେ ଶଶୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ରୂପାନ୍ତରିତ ଲାଗି 5t ସଚିବ ତଥା ରାଜ୍ୟ ସରକାର ପକ୍ଷରୁ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରା ଯାଇଛି।

ଏହି ଉଦଘାଟନୀ ଉତ୍ସବରେ ବଡଚଣା ବ୍ଲକ୍ ଶିକ୍ଷା ଅଧିକାରିଣୀ ଶ୍ରୀ ମତୀ ସବିତା ସାହୁ ଙ୍କ କରକମ ଳରେ ଉନ୍ମୋଚନ କରିଥିବା ବେଳେ, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ସଭା ପରି ଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ବହୁ ବରିଷ୍ଠ ମଣ୍ଡଳୀ ମାଧବାନନ୍ଦ ମହାପାତ୍ର, ପ୍ରାକ୍ତନ ବ୍ଲକ୍ ଅଧକ୍ଷ ପ୍ରହଲ୍ଲାଦ ନନ୍ଦ, ଅଞ୍ଜନ ନନ୍ଦ, ଛତିଆ ସମିତି ସଭ୍ୟ ଦୀପକ ସାହୁ, ସରପଞ୍ଚ ରମେଶ ପୃଷ୍ଟି, ପ୍ରିୟନାଥ ପୃଷ୍ଟି, ରମେଶ ବିଶ୍ବାଳ, ସୋଲାର ସମିତି ସଭ୍ୟ ସଞ୍ଜୟ ବେହେରା, ନେଳିଆ ସରପଂଚ ଜୟନ୍ତୀ ସ୍ବାଇଁ ଙ୍କ ସମେତ ସି ଆର୍ ସି ରଶ୍ମି ରଞ୍ଜନ ସେଣ୍ଡ, ପୂର୍ବତନ ସମିତି ସଭ୍ୟ ଭାଗ୍ୟଧର ମଳିକ, ଶରତ ପାଣିଗ୍ରାହୀ, ଅଜୟ ବେହେରା ଙ୍କ ସମେତ ବହୁ ନେତୃମଣ୍ଡଳୀ ଯୋଗ ଦେଇ ଥିଲେ, ସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ଗୀତି ଧାରା ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ।