ଆଦୌ ଖାଆନ୍ତୁ ନାହିଁ ଫ୍ରିଜ୍ ଖାଦ୍ୟ
ଆଜିକାଲିର ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ମୁସ୍କିଲ ହୋଇପଡୁଛି ।
(ଭୁବନେଶ୍ୱର) : ଆଜିକାଲିର ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ମୁସ୍କିଲ ହୋଇପଡୁଛି । ତେବେ ସମୟ ଅଭାବ ହେତୁ କିମ୍ବା ଖାଦ୍ୟକୁ ନ ଫୋପାଡ଼ି ପୁଣି ବ୍ୟବହାର କରିଦେବା କଥା ସାଧାରଣ ହୋଇଗଲାଣି । ତେବେ ଏଥି ପାଇଁ ଆମେ ଖାଦ୍ୟଗୁଡ଼ିକୁ ଆମେ ଫ୍ରିଜ୍ରେ ରଖୁ । କିନ୍ତୁ ଜାଣିଛନ୍ତି କିଛି ଖାଦ୍ୟ ଏଭଳି ଅଛି ଯାହାକୁ ଆମେ ଫ୍ରିଜ୍ ରେ ରଖି ଖାଇବା ଦ୍ୱାରା ଆମ ସ୍ଵାସ୍ଥବସ୍ଥା ବିଗିଡିଯାଇଥାଏ ।
ତେବେ ଆସନ୍ତୁ ଜଣାଇବା କେଉଁ ଖାଦ୍ୟ ଆମପାଇଁ କ୍ଷତିକାରକ ?
୧. ପାଚିଲା କଦଳୀକୁ ଫ୍ରିଜ୍ରେ ରଖିବା ଠିକ୍ ନୁହେଁ । ଏହାକୁ ଫ୍ରିଜ୍ରେ ରଖିବା ଦ୍ୱାରା ଖୁବ୍ଶୀଘ୍ର ପାଚି ନଷ୍ଟ ହୋଇଯାଏ । ପାଚିଲା କଦଳୀର ଭିଟାମିନ ନଷ୍ଟ ହୋଇଯାଏ ।
୨. ପାଚିଲା ଟମାଟୋକୁ ଫ୍ରିଜ୍ରେ ରଖିବା ଦ୍ୱାରା ତା’ର ପୋଷକତ୍ୱ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଥାଏ ।
୩. ମହୁକୁ ଫ୍ରିଜ୍ରେ ରଖନ୍ତୁନାହିଁ । ଫ୍ରିଜ୍ରେ ମହୁକୁ ଅଧିକ ଦିନ ରଖିବା ଦ୍ୱାରା ତାର ବାସ୍ନାରେ ପରିବର୍ତ୍ତନ ଆସିଥାଏ ।
୪. ରୁଟିକୁ ଫ୍ରିଜ୍ରେ ରଖିଲେ ତାହା ଖରାପ ହୋଇଯାଏ ।ପୋଷାକ ନଷ୍ଟ ହୋଇଯାଇଥାଏ ।
୫. କଫିକୁ କେବେ ବି ଫ୍ରିଜ୍ରେ ରଖନ୍ତୁ ନାହିଁ । କାରଣ କଫିକୁ ଫ୍ରିଜ୍ରେ ରଖିବା ଦ୍ୱାରା ଅନ୍ୟ ସବୁ ଜିନିଷର ସ୍ୱାଦକୁ ନଷ୍ଟ କରିଦିଏ ।