କଟକ: କଟକ ସଦର ଥାନା ଅନ୍ତର୍ଗତ ଖୋଲୋର ଗ୍ରାମରେ ଆଜି ସକାଳୁ ଦେଖିବାକୁ ମିଳୁଛି ଏକ ଅଭାବନୀୟ ଘଟଣା। ଖୋଲୋର୍ ଗ୍ରାମର ସରୋଜ ଦାସ ୨୦୨୧ ମସିହାରେ ବୈଦିକ ରୀତିରେ ବାଲିଅନ୍ତା ଥାନ ଅନ୍ତର୍ଗତ ବିଶର ପୁର ଗ୍ରାମର ପଞ୍ଚାନନ ପଲେଇଙ୍କ ଝିଅ ସୁଜାତା ପଲେଇଙ୍କୁ ବିବାହ କରିଥିଲେ।। ବିବାହ ବେଳେ ବରପକ୍ଷ ର ଦାବୀ ମୁତବକ , ଟଙ୍କା, ସୁନା ଗହଣା ଏବଂ ଅନ୍ୟାନ୍ୟ ଘରକରଣା ଆସବାବପତ୍ର ଦେଇ ଥିଲେ।। ବିବହାର କିଛି ଦିନ ଶାଶୁ ଘରେ ଭଲରେ ଚାଲିବା ପରେ ବିବାହର ଦେଢ଼ ବର୍ଷ ପରେ ସୁଜାତା ଙ୍କର ଏକ ଶିଶୁ ପୁତ୍ର ଜନ୍ମ ଗ୍ରହଣ କରିଥିଲା। ପୁଅ ଜନ୍ମପରେ ଘରେ ଆରମ୍ଭ ହେଲା ଯୌତୁକ ନିର୍ଯାତନା ଶାରୀରିକ ଓ ମାନସିକ ନିର୍ଯ୍ୟାତନା। ଏ ସମ୍ପର୍କରେ ଝିଅ ବାପ ଙ୍କୁ ଜଣାଇଥିଲେ। ଏବଂ କହିଥିଲେ। ଯେ ବାପା ତୁମ ଏକ ଲକ୍ଷ ଟଙ୍କା ଦେବା ପାଇଁ। ବାପ ଟଙ୍କା ଦେଇ ପାରିବେ ନାହିଁ ବୋଲି ନିଜର ଅକ୍ଷମତା ପ୍ରକାଶ କରି ଥିଲେ।। କିନ୍ତୁ ଝିଅର ଶାଶୁ ଘର ଲୋକେ ବାପାଙ୍କୁ କହି ଯେକୌଣସି ମତେ ଲକ୍ଷେ ଟଙ୍କା ଆଣିବା ପାଇଁ। ବାପ ବାଧ୍ୟ ହୋଇ ଉଜିବନି ଫାଇନାଂଶ ରୁ ଏକ ଲକ୍ଷ ଟଙ୍କା ଆଣୀ ଝିଅକୁ ଦେଇଥିଲେ।। କିନ୍ତୁ ଆଜି ସକାଳେ ଝିଅର ଦିଅର ଫୋନ୍ କରି କହିଲେ ତୁମେ ଶୀଘ୍ର ଆସ ତୁମ ଝିଅ ଦେହ ଭଲ ନାହିଁ । ଖବର ପାଇ ଝିଅର ବାପ ଘର ଲୋକ ଆସି ଦେଖିଲା ବେଳକୁ ଝିଅ ମୃତ ଅବସ୍ଥାରେ ପଡ଼ିରହିଛି। ଏହା ଦେଖିଲା ପରେ ଝିଅର ବାପ ପଞ୍ଚାନନ ପଲେଇ ସଦର ଥାନାରେ ଝିଅର ସ୍ବାମୀ ସରୋଜ ଦାସ, ଶଶୁର, ଶାଶୁ, ଦିଅର ,ନଣଦ, ନଣଦେଇ ଙ୍କ ନାମରେ ହତ୍ୟା ଅଭିଯୋଗ ଆଣି ଲିଖିତ ଅଭିଯୋଗ କରି ଥିଲେ। ଅଭିଯୋଗକୁ ଭିତିକରି ସଦର ଥାନା ଅଧିକାରୀ ସାଇଣ୍ଟିଫିକ ଟିମ୍ ସହ ପହଂଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛନ୍ ।