କାଳବୈଶାଖୀ ପ୍ରଭାବ: ୟେଲୋ ୱାର୍ଣ୍ଣିଂ ଜାରି

ଆଜି କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

(ଭୁବନେଶ୍ୱର) :  ଆଜି କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲିଠୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ପରିବର୍ତ୍ତନର ଆଶଙ୍କା ନାହିଁ । ୪ ଦିନ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି।

ତେବେ ଆଜି ୧୦ ଜିଲ୍ଲାରେ ବର୍ଷା ହୋଇପାରେ। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।  ମାଲକାନଗିରି ,କୋରାପୁଟ ,ରାୟଗଡା ,ଗଜପତି, ଗଂଜାମ,ଖୋର୍ଦ୍ଧା ,ନୟାଗଡ଼, ପୁରୀ ,କେଉଁଝରରେ ଅଧିକ ପ୍ରଭାବ ଦେଖାଯିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ମଇ ୨ ତାରିଖ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି।