କାଲିଠୁ ଆରମ୍ଭ ଭଞ୍ଜନଗର ଠାକୁରାଣୀ ଯାତ୍ରା

ଆସନ୍ତାକାଲି ଠାରୁ ଅର୍ଥାତ ମେ ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା।

(ଭଞ୍ଜନଗର/ପ୍ରିୟଦର୍ଶନୀ ସ୍ୱାଇଁ) : ଆସନ୍ତାକାଲି ଠାରୁ ଅର୍ଥାତ ମେ ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ପହଞ୍ଚିଛି । ତେବେ କରୋନା ହେତୁ ଦୀର୍ଘ ୬ ବର୍ଷ ପରେ ଆୟୋଜିତ ହୋଇଥିବାରୁ ଅଂଚଳରେ ଖୁସି ର ପରିବେଶ ଦେଖିବାକୁ ମିଳିଛି ।

 

ଅସ୍ଥାୟୀ ପୀଠ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ  କୋଲକାତାରୁ ଆସିଥିବା କାରିଗରମାନେ ତୋରଣ ଓ ଅସ୍ଥାୟୀ ପୀଠ ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି। ଚଳିତ ମାସ ୩ ତାରିଖରୁ ୨୧ଦିନବ୍ୟାପୀ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ୨୪ ତାରିଖ ଯାଏ ଅନୁଷ୍ଠିତ ହେବ। ଏଥିସହ ସହରରେ ମୀନାବଜାର ଓ ଅପେରା ଆୟୋଜନ ହୋଇଛି।

ଯାତ୍ରା କମିଟି ପକ୍ଷରୁ ଚଳିତବର୍ଷ ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ ପାଇଁ ପ୍ରସ୍ତୁତିକୁ ତ୍ବରାନ୍ବିତ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରତି ତିନିବ‌ର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ ୬ ବର୍ଷ ପରେ ଚଳିତବର୍ଷ ଏହି ଯାତ୍ରା ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି।