ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ ;ତାତିରୁ ମିଳିଛି ଟିକେ ଆଶ୍ୱସ୍ତି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ତାତିରୁ ମିଳିଛି ଟିକେ ଆଶ୍ୱସ୍ତି । ବଦଳି ଯାଇଛି ପାଣିପାଗର ମିଜାଜ । କିଛି ସ୍ଥାନରେ ମଧ୍ୟ ହାଲୁକା ଧରଣର ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ୱରକୁ ବର୍ଷା ଭିଜେଇ ଦେଇଯାଇଛି । ସମ୍ବଲପୁର ଓ ବରଗଡ଼ରେ ସକାଳୁ ପ୍ରବଳ ବର୍ଷା ହୋଇଛି ।ଆଜି କାଳବୈଶାଖୀ ନେଇ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି । ବର୍ଷା ପାଇଁ ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଆଜି ଜିଲ୍ଲାରେ ବର୍ଷା ହେବ ।ବର୍ଷା କାରଣରୁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟରେ କମ ଗରମ ଅନୁଭୂତ ହେବ । ତେବେ ୬ ତାରିଖରୁ ପୁଣି ଗରମ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଆସନ୍ତା ୧୨ ତାରିଖରୁ ପୁଣିଥରେ ଗ୍ରୀଷ୍ମପ୍ରବାହରେ ହନ୍ତସନ୍ତ ହେବେ ଲୋକେ ।