ପାଲଲହଡା ନିର୍ବାଚନ ମଣ୍ଡଳୀ କୁଲେଇ ଗ୍ରାମପଞ୍ଚାୟତର ବିଜେପି କାର୍ଯ୍ୟାଳୟ ପ୍ରଧାମନ୍ତ୍ରୀଙ୍କର ମନକି ବାତ୍

ପାଲଲହଡା: କଣିହାଁ ବ୍ଲକର ସମଲ ଓ କୁଲେଇ ଗ୍ରାମପଞ୍ଚାୟତର ବିଜେପି କାର୍ଯ୍ୟାଳୟରେ ପ୍ରଧାମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶହଶହ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନରେ ସଫଳ ହେଇଥିଲା। ବିଶ୍ବର ମିଳିତ ଜାତିସଂଘ କାର୍ଯ୍ୟାଳୟରୁ ଏହି ୧ଶହ ତମ କାର୍ଯ୍ୟକ୍ରମ ଦେଶର ପ୍ରଥମ ନାଗରିକ ତଥା ପ୍ରଧାମନ୍ତ୍ରୀ ନରେନ୍ଦ୍ର ଦାସ ଦାମୋଦର ମୋଦି ସିଧା ସଳଖ ପ୍ରସାରଣ କରିଥିଲେ। ଦେଶର ବହୁ ସ୍ବାବଲମ୍ବୀ ଉଦ୍ୟୋଗପତିଙ୍କ ସହ କଥାବାର୍ତ୍ତା ହୋଇ କେମିତି ଆର୍ଥିକ ସ୍ଵଛଳତା ହୋଇଛି ଓ କେତେ ବେକାର ଯୁବଗୋଷ୍ଠୀଙ୍କୁ ଭୋକାଲ ଫର୍ ଲୋକାଲରେ ନିଯୁକ୍ତି ଦିଆଯାଇଛି ବିସ୍ତୃତ ଆଲୋଚନା କରିଥିଲେ। ହିମାଳୟ ପର୍ବତମାଳାକୁ ପ୍ରଦୂଷଣ ମୁକ୍ତ କରିବାକୁ ବଜ୍ୟବସ୍ତୁ ଗୁଡ଼ିକୁ କିପରି ଢଙ୍ଗରେ ଏକାଠି କରାଯାଉଛି ଓ ବର୍ଜ୍ୟବସ୍ତୁ ଗୁଡିକରୁ କେମିତି  ବିଭିନ୍ନ କଳକାରଖାନାରେ ରୂପାନ୍ତରିତ କରି କାର୍ଯ୍ୟରେ ଲଗାଯାଉଛି ଭିଡିଓ ମାଧ୍ୟମରେ  ପ୍ରଦର୍ଶିତ କରାଯାଇଥିଲା। ଏକ ଘଣ୍ଟାର ମନ୍ କି ବାତ୍ କାର୍ଯ୍ୟକ୍ରମ ଅବସରରେ କୁଲେଇ ଓ ସମଲ ପଞ୍ଚାୟତ ପ୍ରମୁଖ ଦୟାନିଧି ସାହୁ,ବିଶ୍ଵନାଥ ସାହୁଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଶ୍ରୀଯୁକ୍ତ ଅଶୋକ ମହାନ୍ତି ଓ କୁଲେଇ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ପ୍ରିୟରଞ୍ଜନ ମହାନ୍ତି ସମ୍ମାନିତ କରିଥିଲେ। ସେହିପରି ଦୁଇଟି ପଞ୍ଚାୟତର ୯ଟି ଗ୍ରାମର ବୁଥ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତୁମୁଗୋଳା ଗ୍ରାମର ଅନିଲ କୁମାର ଭୁକ୍ତା,ଗଣେଶ୍ୱର ମାଝୀ, ଅଜୟ ଗଡ଼ନାୟକ ଡଙ୍ଗରବେଡ଼ା ଗ୍ରାମର ମିଥୁନ ବେହେରା,ପ୍ରତାପ ଭୁକ୍ତା, ଚାଣ୍ଟି ମାଝୀ, କୁଲେଇ ଗ୍ରାମର ବିଶ୍ୱଜିତ୍ ସାମଲ(ବବ୍ଲୁ),ପ୍ରଭାକର ସାମଲ,ସୁଶାନ୍ତ ସାମଲ କଟରାପଡା ଗ୍ରାମର ଅଜିତ ପ୍ରଧାନ,ବାରୁଆ ଗ୍ରାମର ବହୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ। ଏ ଅବସରରେ ବରିଷ୍ଠନେତା ଅଶୋକ କୁମାର ମହାନ୍ତିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଇ କଂଗ୍ରେସ ଓ ବିଜେଡ଼ିରୁ ବହୁ କର୍ମୀ ବିଜେପିରେ ଯୋଗଦେଇଥିଲେ।