ଭୁବନେଶ୍ୱର : ପବିତ୍ର ଅକ୍ଷୟତୃତୀୟା ରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । ଓୟୁଏଟି ଶୈକ୍ଷିକ କୃଷି ଫାର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଖିମୁଠି ଅନୁକୁଳ କରିଛନ୍ତି । କାର୍ୟ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସମେତ କୃଷି ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । କୁହାଯାଏ ଆଜିରଦିନରେ ଯେକୌଣସି କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ । ଏହି ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଆମ୍ଭ କରିଥାଏ । ଏହି ପବିତ୍ର ମୁହୃତରେ ଲୋକସେବା ଭବନରେ ମିଲେଟ ଶକ୍ତି କାଫେ ଓ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ରକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଅକ୍ଷୟ ତୃତୀୟାରୁ କୃଷି କାର୍ୟ୍ୟର ଆରମ୍ଭ କରିଛନ୍ତି ଚାଷୀ ।