‘ଏଗ୍ ଡ୍ରପ୍‌ ସୁପ୍’ ପ୍ରସ୍ତୁତି ପ୍ରଣାଳୀ

(ରିପୋର୍ଟସ ଟୁଡ଼େ) ଶୀତଦିନେ ସମସ୍ତଙ୍କୁ ସୂପ ପିଇବାକୁ ଭଲ ଲାଗେ । ତେଣୁ ଆଜି ଆସନ୍ତୁ ପ୍ରସ୍ତୁତ କରିବା ‘ଏଗ୍ ଡ୍ରପ୍‌ ସୁପ୍’
ଆବଶ୍ୟକ ସାମଗ୍ରୀ: ଛତୁ, କଞ୍ଚା ମଟର ଦାନା, ଚୋପା ଛଡ଼ା ହୋଇଥିବା ଟମାଟୋ, ବୋନଲେସ୍ ଚିକେନ, ଅଣ୍ଡା, ଚିକେନ୍ ଷ୍ଟଫ୍‌, ଅଜିନା ମଟର, ଅଦା ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଚୋପାଛଡ଼ାଇ ଅଦା ଓ ଛତୁକୁ ଲମ୍ବା ଆକାରରେ କାଟି ରଖନ୍ତୁ। ଚିକେନ୍‌କୁ ମଧ୍ୟ ସେହିଭଳି ଭାବେ କାଟିଦିଅନ୍ତୁ। ଏଥିରେ କଟା ଟମାଟୋ ଗୋଳାଇ ରଖନ୍ତୁ।
ଅଣ୍ଡାକୁ ଭାଙ୍ଗି କେଶର ଅଲଗା କରି ଧଳା ଅଂଶକୁ ଫେଣ୍ଟି ଅଲଗା ରଖନ୍ତୁ। ଚିକେନ୍ ଷ୍ଟପ୍‌କୁ ଗୋଟିଏ ପାତ୍ରରେ ଚୂଲିରେ ବସାନ୍ତୁ । ଚିକେନ୍ ଷ୍ଟଫ୍‌ ଫୁଲି ଆସିଲେ ସେଥିରେ ଛତୁ, ଚିକେନ୍, ଟମାଟୋ ଓ ମଟର ଦାନା ପକାନ୍ତୁ । ବର୍ତ୍ତମାନ ସ୍ୱାଦ ଅନୁସାରେ ଲୁଣ, ଅଜିନା ମଟର ଓ କଟା ଅଦା ପକାଇ ୫ ମିନିଟ ଫୁଟାନ୍ତୁ। ଶେଷରେ ଅଣ୍ଡାର ଧଳା ଅଂଶକୁ ଫୁଟୁଥିବା ସୁପ୍ ଉପରେ ଧିରେଧିରେ ଢାଳନ୍ତୁ ଓ ଘାଣ୍ଟନ୍ତୁ । ବେଶୀ ସମୟ ଫୁଟାନ୍ତୁ ନାହିଁ। ଫୁଟୁଥିବା ଅବସ୍ଥାରେ ଚୂଲିରୁ ଓହ୍ଲାଇ ସ୍ୱାଦ ଅନୁସାରେ ସସ୍ ପକାଇ ଗରମା ଗରମ ପରିବେଷଣ କରନ୍ତୁ, ‘ଏଗ୍ ଡ୍ରପ୍‌ ସୁପ୍’ ।