ମା’ ଙ୍କ ଚଇତି ପର୍ବ ପାଇଁ ଉତ୍ସବ ମୁଖର ଘଟଗାଁ ପୀଠ

କେନ୍ଦୁଝର:  ସେ ନଡ଼ିଆ ରାଣୀ ଘଟଗାଁ  ଠାକୁରାଣୀ ମା ତାରିଣୀ। ସାରା ରାଜ୍ୟର ବିଭିନ୍ନ ଶକ୍ତି ପୀଠ ମଧ୍ୟରୁ ମା ତାରିଣୀ ମନ୍ଦିର ଅନ୍ୟତମ। ବାର ମାସରେ ତେର ପର୍ବ ପାଳନ କରାଯାଉଥିବା ବେଳେ ଚୈତ୍ର ମାସରେ ଚଇତି ପର୍ବ ପାଇଁ ଏବେ ଘଟଗାଁ ପୀଠ ଉତ୍ସବ ମୁଖର। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ଆରମ୍ଭ ହୋଇଛି। ଏପ୍ରିଲ ୯ ତାରିଖରୁ ୧୫ତାରିଖ ପଯ୍ୟନ୍ତ ୭ ଦିନ ଧରି ଚାଲିବ ମା ତାରିଣୀଙ୍କ ଏହି ଚଇତି ପର୍ବ।୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟଵୋଡ ପକ୍ଷରୁ ପାଳିତ ହେଉଛି ମାଙ୍କ ଏହି ଚଇତି ପର୍ବ।  ଆଜି ସକାଳୁ ମା ତାରିଣୀଙ୍କୁ ବିଶେଷ ପୂଜା ନୀତି ସହ ମାର୍ଜଣା, ମଙ୍ଗଳ ଆଳତି,ସ୍ନାନ, ମହାସ୍ନାନ, ବଡ଼ସିଂହାର ବେସ,ଷୋଡଶ ଉପଚାରରେ ପୂଜା,ଭାଗବତ ପାରାୟଣ ସହ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ ତାରିଣୀଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଯାହାକି କାହିଁ କେତେ ଦୂର ରୁ ମା ଙ୍କ ସାନିଧ୍ୟ ପାଇଁ ଲୋକେ ଆସୁଥିବା ବେଳେ ଚଳିତ ବର୍ଷ ଛଅ ଦିନ ଧରି ମାଙ୍କ ପୂଜାରେ , ପାଇକ ଆଖଡ଼ା, ଘୋଡ଼ା ନାଚ, ଆଧ୍ୟାତ୍ମିକ ନୃତ୍ୟ, ଲୋକ ନୃତ୍ୟ, ମାଲ ଖମ୍ବ, ସମ୍ବଲପୁରୀ ନାଚ, ଭଜନ, ଜଣାଣ, ପ୍ରବଚନ ଚାଲିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଯାହାକି ବହୁ ଦୂର ଦୁରନ୍ତ ରୁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଆସିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇଥିବା ବେଳେ ଏହି ପର୍ବ ୯ତାରିଖ ରୁ  ୧୫ତାରିଖ ପର୍ଯ୍ୟନ୍ତ ଚଇତି ପର୍ବ ପାଳନ ହେଉଛି। ଏଥିରେ ଶ୍ରୀ ସତ୍ୟ ସାଇ ସଂଗଠନ, ଓଡ଼ିଶା ପୋଲିସ, ତାରିଣୀ ଟ୍ରଷ୍ଟ ବୋର୍ଡ, ଗାୟତ୍ରୀ ସଂଗଠନ ପକ୍ଷରୁ ଲୋକ ଙ୍କୁ ସେବା ଯୋଗଇ ଦିଆ ଯାଉଛି।