ସାଲେପୁର ବାର ଆସୋସିଏସନ୍ ନିର୍ବାଚନ ଅନୁଷ୍ଠିତ

ସାଲେପୁର / ତାରାକାନ୍ତ ନାୟକ : କଟକ ଜିଲ୍ଲା ସାଲେପୁର ବାର ଆସୋସିଏସନ୍ ର କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଆସୋସିଏସନ୍ର ସଭାପତି ଭାବେ ବିକ୍ରମ କେଶରୀ ବଳ ଓ ସମ୍ପାଦକ ଭାବେ ସୁଶାନ୍ତ କୁମାର ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ସୁନାକର ମଲ୍ଲିକ, ସହ- ସମ୍ପାଦକ  ହର ପ୍ରସନ୍ନ ମିଶ୍ର , ସାଂସ୍କୃତିକ ସମ୍ପାଦକ ପଦ୍ମଲୋଚନ ସିଂହ ,  ଲାଇବ୍ରେରି ସମ୍ପାଦକ   ଦୀପ୍ତିମୟୀ ସାହୁ, କୋଷାଧ୍ୟକ୍ଷ  ପ୍ରତାପ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ବିଜୟୀ ହୋଇଛନ୍ତି। ବିନା ପ୍ରତିଦ୍ୱନ୍ଦିତାରେ କ୍ରୀଡା  ସମ୍ପାଦକ ରାମକୃଷ୍ଣ ସାହୁ ନିର୍ବାଚିତ ହୋଇଛି  ।