ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିକୁଞ୍ଜ ବିହାରୀ ଧଳ ହୋଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।୧୯୯୩ ବ୍ୟାଚ IAS ଅଫିସର ନିକୁଞ୍ଜବିହାରୀ ଧଳ । ସେହିଭଳି ସତ୍ୟବ୍ରତ ସାହୁଙ୍କୁ SRC ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ସତ୍ୟବ୍ରତ ସାହୁ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ACS ଭାବେ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଦାୟିତ୍ୱ । ସେହିଭଳି ବର୍ତ୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ସୁଶୀଲ କୁମାର ଲୋହାନୀଙ୍କୁ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଲୋହାନୀ । ସୂଚନା ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଅଛନ୍ତି ସଂଜୟ ସିଂ । OSDMAର MD ଦାୟିତ୍ୱରେ ଜ୍ଞାନରଂଜନ ଦାସଙ୍କୁ ଦାୟିତ୍ବ ମିଳିଛି । OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନରଂଜନ ଦାସ । ସେହିଭଳି ସଂଜୟ ସିଂଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।