ଗଞ୍ଜାମ / ରଜନୀକାନ୍ତ ପାତ୍ର: ପୋଖରିକୁ ଖସିଗଲା କାର । ଆଠଗଡ ପାଟଣା ଛିନ୍ନମସ୍ତା ମନ୍ଦିର ନିକଟ ପୋଖରୀ ରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପୋଖରୀ କୁ ଖସିଲା ଗୋଟିଏ ଧଳା ରଙ୍ଗର କାର । କାର ରେ ବସିଥିବା ଦୁଇ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କେହି ଆହତ ହୋଇନଥିବା ସୂଚନା ମିଳିଛି କ୍ଷ ସୂଚନା ମୁତାବକ କାର ଟି ଫୁଲବାଣୀ ରୁ ଭେଜିପୁଟ ଯିବା ସମୟରେ ଛିନ୍ନମସ୍ତା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି କ୍ଷ ତେବେ ଆଜି ସକାଳୁ ସକାଳୁ କିଛି ଲୋକ ପହଞ୍ଚି ଗାଡି ଟିକୁ ପୋଖରୀରୁ ବାହାର କରିଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।