ଭୁବନେଶ୍ୱର: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର । ଚିରନିଦ୍ରାରେ ଧାରାବାହିକ ଅଭିନେତା ସୋମଦତ୍ତ ଦାସ । ହାର୍ଟଆଟାକରେ ସେ ଆଖିବୁଜିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିବା ସୂଚନା ମିଳିଛି। ଏନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟରରେ ସୂଚନା ଦେଇଛନ୍ତି । ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ସୋମଦତ୍ତ ଦାସ। ସିରିୟଲ ଜଗତରେ ଲିଟୁ ଭାଇ ନାମରେ ସେ ବେଶ ଜଣାଶୁଣା ହୋଇଥିଲେ। ବୁଧବାର ସନ୍ଧ୍ୟା ୬ଟା ସମୟରେ ଦୃଦଘାତରେ ତାଙ୍କର ସହିଦନଗରସ୍ଥିତ ବାସଭବନରେ ପରଲୋକ ଘଟିଛି । ଅନେକ ଓଡ଼ିଆ ସିରିଏଲ୍, ଆଲବମ୍ କରି ଘରେ ଘରେ ପରିଚିତ ସିନ୍ଦୂର ବିନ୍ଦୁ,ଦାମିନି ସିରିଏଲ ଓ ଅଜବ ସଞ୍ଜୁ ର ଗଜବ ଲଭ୍ ସିନେମା କରିଛନ୍ତି।