ବାଲିଗୁଡା/ ବନବାସୀ ପ୍ରଧାନ : ମାଓ ସନ୍ଦେହରେ ୧୧ଜଣଙ୍କୁ ବାନ୍ଧିଲେ ସିଆରପିଏଫ ଯବାନ । କୋଟଗଡ଼ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ କୋଟଗଡ ସିଆରପିଏଫ ୮ବାଟାଲିୟନ ଯବାନଙ୍କ କୁମ୍ବିଙ୍ଗ ବେଳେ ମାଓ ସନ୍ଦେହରେ ୧୧ଜଣଙ୍କୁ ଧରିବା ସହ ଅନେକ ମାଓ ସାମଗ୍ରୀ ୪ଟି ଦେଶୀବନ୍ଧୁକ, ୩ଟି ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଲାଇଟ, ଥଳି, ୨ଟି ମୋବାଇଲ ଫୋନ ଜବତ କରିଛି । ସୂଚନାନୁଯାଇ କୋଟଗଡ ସିଆରପିଏଫ ଯବାନ ନିଜର ଦୈନିକ ରୁଟିନ ଅନୁଯାଇ ମାଦାଗୁଡା ପଂଚାୟତର ଜରିଘାଟି ଗାଁ ନିକଟରେ କୁମ୍ବିଙ୍ଗ କରିବାବେଳେ ସନ୍ଦେହଜନକ ଅବସ୍ଥା ବନ୍ଧୁକ ସହ କିଛି ଲୋକ ଦୌଡ଼ି ଚାଲିଯିବାକୁ ଉଦ୍ୟମକରିଥିଲେ, ଫଳରେ ସିଆରପିଏଫ ପକ୍ଷରୁ ସେମାନଙ୍କୁ କାବୁ କରିବା ସହ ବହୁ ସାମଗ୍ରୀ ଜବତ କରାଯାଇଛି ଏବଂ ଲୋକମାନେ କିଏ ଓ ସେମାନଙ୍କ ସେମିତି କିଛି ମାଓ ଗତିବିଧି ସହ ଲିଙ୍କ ରହିଛି କି ତାର ସମ୍ପୂର୍ଣ ଖୋଳତାଡ ଜାରିରଖିଥିବା ଜଣାପଡିଛି ।