ରାୟଗଡା/ମନୋଜ ସାହୁ: ଭାଇଚାରା ସୃଷ୍ଟି କରେ ଉଗଧି ଉତ୍ସବ । ରାୟଗଡା ଜିଲ୍ଲାରେ ବେସ ଉତ୍ସହର ସହିତ ପାଳିତ ହେଉଛି ଏହି ଉତ୍ସବ । ଉତ୍ସବ ପାଇଁ ତତ୍ପର ହୋଇପଡିଛନ୍ତି କମିଟି ସଦସ୍ୟ । ଏଥିପାଇଁ ଆରମ୍ଭ ହୋଇଯାଇଛି ବିଭିନ୍ନ ପ୍ରତିଯୋଗିତା । ପ୍ରାୟ ତିନି ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଏଥିରେ ରଙ୍ଗୋଲି, ମୁରୁଜ ଏବଂ ମ୍ୟୁଜିକ୍ଚେୟାର ପରି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଦୀର୍ଘ ୧୧ ବର୍ଷ ଧରି ଏହି ପର୍ବ ପାଳି ଆସୁଛନ୍ତି ଅଞ୍ଚଳ ବାସି । ଲୋକଙ୍କ କହିବା ଅନୁସାରେ ପଣା ସଂକ୍ରାନ୍ତିରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ଭାବ ବଡିବା ସହିତ ସହରରେ ରହୁଥିବା ବ୍ୟକ୍ତି ଗାଁକୁ ଆସି ଗାଁର ସାନିଧ୍ୟ ଲାଭ କରିଥିାନ୍ତି ।