ମୋଦି ଭର୍ତ୍ତୃହରି ଜଣେ ଦକ୍ଷ ନେତାଙ୍କୁ ଉପବାଚସ୍ପତି କରିବାକୁ ଚାଁହୁଥିଲେ:ଜୟନାରାୟଣ ମିଶ୍ର

ଭୁବନେଶ୍ୱର : ଭର୍ତ୍ତୃହରି ଜଣେ ଦକ୍ଷ ନେତା, ଲୋକସଭାରେ ପେରଫୋମାନ୍ସ ତାଙ୍କୁ ସଂସଦରେ ଉପବାଚସ୍ପତି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଥିଲେ | ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା ତେଣୁ ସେ ପଦ ପାଇଲେ ନାହିଁ | କୌରବ କିଏ ? ଶାସନ କ୍ଷମତାରେ ଅଛନ୍ତି ସେମାନେ ହିଁ କୌରବ | କୌରବମାନେ ଯେମିତି ଅତ୍ୟଧିକ ଗର୍ବ ଏବଂ ଅହଂକାର ପାଇଁ ଯେମିତି ସେମାନେ ବୁଡି ଗଲେ ଏମାନେ ବି ଯେଉଁ ଅହଂ ଭାବ ଦେଖାଉଛନ୍ତି ଏମାନେ ବି ବୁଡି ଯିବେ | ଥରେ ବୁଡି ଗଲେ ଧ୍ବଂସ ପାଇଯିବେ..ଆମେ ପାଣ୍ଡଵ କି କଣ ଆମେ ଜାଣି ନାହୁଁ, କିନ୍ତୁ ଆମେ ଧର୍ମ ମାର୍ଗରେ ଅଛୁ | ଧର୍ମକୁ ସାକ୍ଷୀ ରଖି ସବୁ କାମ କରୁଛୁ | ଧର୍ମରେ ଥିବାରୁ  ଆମର କିଛି ଅସୁବିଧା ହେବନି |ସଂକୁନି ତାର ଲକ୍ଷ ପ୍ରାପ୍ତି ଲାଗି କାମ କରୁଥିଲା | କୌରବ ବଂଶ ଧ୍ବଂସ କରିବା ଲାଗି କାମ କରୁଥିଲା | ଆମେ ମହାଭାରତରୁ ପଡ଼ିଛୁ | କିଏ ସଂକୁନି, କିଏ ପାଣ୍ଡଵ ଏବଂ କିଏ କୌରବ ଆଗାମୀ ଦିନରେ ଜଣାପଡିବ କହିଛନ୍ତି ଜୟନାରାୟଣ ମିଶ୍ର, ବିରୋଧୀ ଦଳ ନେତା|