ଏଇଟା କଣ ଗୋଟେ ବିଭାଗ ? ପ୍ରଶ୍ନ କଲେ ବିରୋଧୀ ଦଳ ନେତା ଜୟ ନାରାୟଣ, ବିଜେଡି କହିଲା ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା, ବିଭାଗ ନୁହେଁ
ଭୁବନେଶ୍ୱର:୫ଟି ଉପରେ ପ୍ରଶ୍ନ ଉଠାଇଛି ବିରୋଧୀ ଦଳ । ଏଇଟା କଣ ? ବିଭାଗ ନା ଆଉ କିଛି ? ଏହାର ଏଅଫିସ କେଉଁଠି ଅଛି ? ରାଜୀବ ଭବନରେ ? ନା ଲୋକସେବା ଭବନରେ ? ନା ଖାରବେଳ ଭବନରେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି କିଛି ବୁଝା ପଡୁନି ୫ଟି କଣ । ଏହା କେଉଁଠି ଚାଲିଛି ? ଏଥି ପାଇଁ ବିଭାଗ ସୃଷ୍ଟି ହୋଇଛି କି ? ନା ଏହାର କିଛି କର୍ମଚାରୀ ଅଛନ୍ତି ବୋଲି ଜୟ ପ୍ରଶ୍ନ ପଚାରିଛନ୍ତି ବିଧାନ ସଭା ଶୂନ୍ୟକାଳରେ । ଏହା ସହ ସେ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ଏହା ଦ୍ୱାରା ଅନ୍ୟ ବିଭାଗର କ୍ଷମତା ସଂଙ୍କୁଚିତ ହେଉଛି । ଏବଂ ଏଥି ପାଇଁ ଏହା କରାଯାଇଛି କି ? ଯଦି ଏହା ଏକ ବିଭାଗ ତେବେ ବିଧାନ ସଭାରେ କଣ ପାଇଁ ପ୍ରଶ୍ନ ଉତର କାର୍ଯ୍ୟକ୍ରମ ହେଉନି ? ଯଦି ଏହା ଏକ ବିଭାଗ ତେବେ ସେ ବିଷୟରେ ଆମେ ବିଧାନ ସଭାରେ ପ୍ରଶ୍ନ କରିବାକୁ ଚାହୁଁଛୁ ବୋଲି ଜୟ ନାରାୟଣ ମିଶ୍ର ସରକାରଙ୍କ ଠାରୁ ସ୍ପଷ୍ଟୀ କରଣ ଚାହିଁଛନ୍ତି । ଆଉ ଏହାର ସ୍ପଷ୍ଟୀକରଣ ଦେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ହାସ୍ୟସ୍ପଦ । ୫ଟି ଏକ ନିର୍ଦ୍ଦିଷ୍ଟ ବିଭାଗ ହୋଇ ନ ପାରେ । ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତାଧାରା । ଏହା ଏକ ମନ୍ତ୍ର ଭଳି କାମ କରୁଛି । ତଳ ସ୍ତରର ବିଭିନ୍ନ ଅନିୟମିତତା ଓ ସମସ୍ୟା ଯଦି ହେଉଛି ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ ୫ଟିକୁ ଦେବାକୁ କହୁଛନ୍ତି । ୫ଟିକୁ ଜଣାଇଲେ ଅନେକ ସମସ୍ୟାର ସମାଧାନ ହେଉଛି । ଏପରିକି ବିରୋଧୀ ଦଳ ବି ୫ଟି ସଚିବ ବୋଲି ସମ୍ବେ।।ଧନ କରୁଛି । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ୫ଟି ବ୍ୟବସ୍ଥା ଏକ ଚିନ୍ତା ଧାରା, ସାଢେ ୪ କୋଟି ଓଡିଆଙ୍କୁ ଏହା ଛୁଇଁଛି ବୋଲି ସରାକରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।