ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉତ୍ତର,ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି

ଭୁବନେଶ୍ୱର: ବଜେ୍‌ଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ। ଦୁଇଦିନ ଛୁଟି ପରେ ଆଜି ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ । ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉତ୍ତର।ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି। ବର୍ତ୍ତମାନ୍ ୭ ହଜାର ୧୮୦ ଡାକ୍ତର ଅଛନ୍ତି। ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ ଅଛନ୍ତି। ଭଦ୍ରକରେ ମୋଟ ୨୬୫ ଡାକ୍ତର ପଦବୀ ମଧ୍ୟରୁ ୧୧୬ ଜଣ ଡାକ୍ତର ଅଛନ୍ତି।ଖାଲି ଥିବା ପଦବୀରେ opsc ଦ୍ଵାରା ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।