ଭୁବନେଶ୍ୱର : ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝୀଅ ଦୀପାଳି ଦାସ ସାଇବର ଠକେଇର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟା ଯାଇଛି । ଏ ନେଇ ଦୀପାଳି ସମ୍ବଲପୁରର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ମୋବାଇଲ୍କୁ ଏକ ଓଟିପି ଆସିଥିଲା । ମାତ୍ର ଏହାକୁ ସେ କାହାକୁ ସେୟାର କରି ନଥିବା କଥା କହିଛନ୍ତି । ପରେ ତାଙ୍କ ମୋବାଇଲ୍କୁ ଟଙ୍କା କଟିଯାଇଥିବା ନେଇ ଦୁଇଟି ମେସେଜ୍ ଆସିଥିଲା । ଥରେ ୫୦ହଜାର ଏବଂ ଆଉଥରେ ଲକ୍ଷେ ଟଙ୍କା କଟିଯାଇଥିବା ଦେଖି ସେ ଆଶ୍ଚର୍ୟ୍ୟ ପ୍ରକାଶ କରିଥିଲେ। ପରେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟ ଦେଖିବା ପରେ ସେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ଆଧାରରେ ଏହାର ତଦନ୍ତ କରୁଛି ।