ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଗୃହ ବିଭଗ ଦାୟିତ୍ୱରେ ଥିବାରୁ ସେ ଉତ୍ତରଦାୟୀ : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ଭୁବନେଶ୍ୱର:ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଗୃହ ବିଭଗ ଦାୟିତ୍ୱରେ ଥିବାରୁ ସେ ଉତ୍ତରଦାୟୀ।  ବଜେଡି  ସରକାରରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କହୁ ନାହୁଁ। କିନ୍ତୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ବିରୋଧୀ ଦଳ ପକ୍ଷରୁ ଏ ପ୍ରସଙ୍ଗରେ ଅନେକ ଆଲୋଚନା  ହୋଇଛି। ଷଡ଼ଯନ୍ତ୍ର କଥା ବାରମ୍ବାର କୁହାଯାଇଛି । ଉତ୍ତର ରଖିବା ବେଳେ ପ୍ରଥମେ ରାଜ୍ୟସରକାର ମାନୁ ନ ଥିଲେ। ଡେରିରେ ହେଲେ ମଧ୍ୟ  ଷଡ଼ଯନ୍ତ୍ର କଥା ମାନିଛନ୍ତି। ବାଚସ୍ପତି ଚାହୁଁଥିଲେ ଗୃହ ସୁ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକି ପରିଥାନ୍ତେ। ବିରୋଧୀଙ୍କ ସହଯୋଗ ଲୋଡି ପାରିଥାନ୍ତେ। ଵୋଧ ହୁଏ ବାଚସ୍ପତି ରାଜ୍ୟସରଙ୍କୁ ଏ ପ୍ରସଙ୍ଗରେ ଘଣ୍ଟ ଘୋଡାଉଛନ୍ତି। ରାଜ୍ୟସରକାରଙ୍କ ପାଖରେ ଉତ୍ତର ନାହିଁ। ବିଧାନସଭା ଚାଲିଛି ମୁଖ୍ୟମନ୍ତ୍ରୀ ବୁଲିବାକୁ ଯାଇଛନ୍ତି। ଗୃହ ଚାଲୁଥିବା ସମୟରେ ସୁନ୍ଦରଗଡ଼ କି ରାଉଲକେଲା ଯାଇଛନ୍ତି। ଏହା ଗୃହ ପାଇଁ ଅପମାନ କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ।