ସମୁଦ୍ରରେ ବୁଲୁଛି ଗୁପ୍ତଚର ପାରା, ପାରା ଗୋଡ ଲାଗିଛି କ୍ୟାମେରା

ପାରାଦୀପ: ସମୁଦ୍ରରେ ବୁଲୁଛି ଗୁପ୍ତଚର ପାରା । ଯାହାକୁ ଉଦ୍ଧାର କରିଛନ୍ତି ମତ୍ସଜୀବୀ । ପାରାକୁ ସନ୍ଦେହ ବଢିବାରେ ଲାଗିଛି । ପାରା ଦେହରେ ଲାଗିଚି କ୍ୟାମେରା ଚିପ୍ । ଆଉ ଡେଣାରେ ରହିଛି ବିଦେଶି ଭାଷାର ଲେଖା । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । କୋଣାର୍କ ନିକଟ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ପାରାଟି ବୋଟରେ ଆସି ବସିଥିଲା । ସମୁଦ୍ର ମଝିରେ ପାରାକୁ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲା ମତ୍ସ୍ୟଜୀବୀ । ପାରା ଟିକୁ ମତ୍ସଜୀବୀ ଧରି ତା ଗୋଡରୁ କ୍ୟାମେରା ଚିପ ଓ ଡେଣାରେ ଲେଖାଥିବା ବିଦେଶୀ ଭାଷାକୁ ଦେଖି ସନ୍ଦେହ କରି ମେରାଇନ ଥାନାକୁ ଏ ସମ୍ପର୍କରେ ଜଣାଇବା ପରେ ଥାନାରେ ପାରାକୁ ଜିମା ଦେଇଛନ୍ତି । କ୍ୟାମେରା ଚିପ ଓ ଭାଷାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଡେଣାରେ ଲେଖାଥିବା ଭାଷା କେଉଁ ଦେଶର । କ୍ୟାମେରାରେ କଣ ସବୁ ରେକର୍ଡ ହୋଇଛି । କେଉଁକେଉଁ ଅଞ୍ଚଳ ଦେଇ ପାରା ଉଡିଛି । ସେ ସମ୍ପର୍କରେ କ୍ୟାମେରାରୁ ତଥ୍ୟ ଆଦାୟ କରିବାକୁ ପୋଲିସ ଉଦ୍ୟମ କରୁଛି ।