ଏସିଏଫଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ: ଭିଜିଲାନ୍ସ ଜାଲରେ ଏସିଏଫ୍ । ବିପୁଳପରିମାଣର ଟଙ୍କା ନେଇ ଯାଉଥବବାବେଳେ ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁଙ୍କୁ ଧରିଲା ଭିଜିଲାନ୍ସ । ସୁରଜିତ କୋରାପୁଟରୁ ଭୁବନେଶ୍ୱର ଫେରୁଥିବା ସମୟରେ ଭିଜିଲାନ୍ସର ୬ଜଣିଆ ଟିମ ମାଡିବସିଥିଲେ । ସୂଚନା ମୁତାବତ ସୁରଜିତ ଗତକାଲି ବନାଞ୍ଚଳ ଅଧିକାରିରୁ ଏସିଏଫ କୁ ପଦୋନ୍ନତି ପାଇଥିଲେ । ପ୍ରମୋସନ ଲେଟର ଆଣି ଭୁବନେଶ୍ୱର ଫେରୁଥିବା ବେଳେ କୋରାପୁଟର ଗୁଣ୍ଡିଚାମନ୍ଦିର ନିକଟରେ ସୁରଜିତଙ୍କ ଗାଡିକୁ ଭିଜିଲାନ୍ସ ଯାଞ୍ଚ କରିବା ବେଳେ ବିପୁଳ ପରିମାଣର ଟଙ୍କା ମିଳିଥିଲା । ଏହାପରେ ସୁରଜିତଙ୍କ ଲମତାପୁଟ କାର୍ଯ୍ୟାଳୟ ସମେତ ତାଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିବା ସହ ତଦନ୍ତ ଆରମ୍ଭ କରୁଛି ।