ଜିଲ୍ଲା ସ୍ତରୀୟ ପଞ୍ଚାୟତି ରାଜ ଓ ଲୋକ ସେବା ଦିବସ ପାଳିତ

ଗଜପତି/ବିବେକାନନ୍ଦ ବେହେରା: ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ  ପାରଳାଖେମୁଣ୍ଡିର ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତ୍ରିପତି ରାଓ,ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରୀୟମ ରଇତ,ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ  ରୋମାଞ୍ଚଳ ଖୋମାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ବାମଦେବ ସିଂ,ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଶାସକ  ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସମ୍ମାନିତ ବକ୍ତା ଶଙ୍କର ପ୍ରସାଦ ବକ୍ସି ଓ ସମ୍ମାନିତ ଅତିଥି ଗୁମ୍ମା ବ୍ଲକର ଜିଲ୍ଲାପରିଷଦ ସଭ୍ୟା  ରେଣୁକା ପାତ୍ର ମଞ୍ଚାସିନ ରହି  ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ  ରାଜ୍ୟ ସରକାରଙ୍କର ଉନ୍ନତ ମୂଳକ କାର୍ଯ୍ୟ,ସଫଳ ରୂପାୟନ ସଂପର୍କରେ ବିସ୍ତୃତ ଭାବରେ କହିଥିଲେ। ଗଜପତି ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟରେ ୧୭ ଟି ଲକ୍ଷ୍ୟକୁ  ନେଇ ଏହାର ସ୍ଥାୟୀ କରଣ ନିମନ୍ତେ  ୯ ଗୋଟି  ବିଷୟଭିତ୍ତିକ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ଭଲ  ପ୍ରଦର୍ଶନ କରିଥିବା ପଞ୍ଚାୟତ ସମିତିଙ୍କୁ ଆଜିର ପଞ୍ଚାୟତ ରାଜ ଦିବସ ଓ ଲୋକ ସେବା ଦିବସରେ ପୁରସ୍କାର ବିତରଣ କରାଯାଇଛି ପ୍ରଥମ ପୁରସ୍କାର  କାଶୀନଗର ବ୍ଲକର ଗାଇବା ଗ୍ରାମ ପଞ୍ଚାୟତକୁ ୩ ଲକ୍ଷ୍ ଟଙ୍କା ପ୍ରଦାନ କରାଯାଇଛି, ଦ୍ୱିତୀୟ ସ୍ଥାନରେ ନୂଆଗଡ ବ୍ଲକର ଖଜୁରୀପଦା ଗ୍ରାମ ପଞ୍ଚାୟତକୁ ୨ ଲକ୍ଷ ଟଙ୍କା  ଓ ତୃତୀୟ ସ୍ଥାନରେ ରାୟଗଡ଼ ବ୍ଲକକୁ ୧ ଲକ୍ଷ୍ ଟଙ୍କା ପୁରସ୍କାର ପ୍ରଦାନ କରଯାଇଅଛି । ସେହିପରି  ପ୍ରତ୍ୟେକ  ବିଷୟରେ  ଉଚ୍ଚ ପ୍ରଦର୍ଶନ କରିଥିବା  ଜିଲ୍ଲାର ନଅ ଗୋଟି ଗ୍ରାମ ପଞ୍ଚାୟତକୁ ତଥା ମୋହନା ପଞ୍ଚାୟତ ସମିତିର ପିଣ୍ଡିକି ଗ୍ରାମ ପଞ୍ଚାୟତକୁ ପ୍ରଯ୍ୟପ୍ତ ଜଳ ଉପଲବ୍ଧ , ଗୁଲୁବା ଗ୍ରାମ ପଞ୍ଚାୟତକୁ ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ଯୁକ୍ତ  , ଶିକୁଳିପଦର ଗ୍ରାମ ପଞ୍ଚାୟତକୁ ସାମାଜିକ ଭାବେ ସୁରକ୍ଷିତ ଓ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତକୁ ସୁଶାସନ ଥିବା ଗ୍ରାମ ପଞ୍ଚାୟତ ଭାବେ ସମ୍ମାନିତ କରାଯାଇଛି l ସେହିପରିଆର.ଉଦୟଗିରି  ପଞ୍ଚାୟତ ସମିତିର ଛେଳିଗଡ଼ ଗ୍ରାମ ପଞ୍ଚାୟତକୁ ସ୍ବଚ୍ଛ ଓ ସବୁଜ ଓ ସିଆଲିଲଟି ଗ୍ରାମ ପଞ୍ଚାୟତକୁ ମହିଳା  ଅନୁକୂଳ ଭାବେ ସମ୍ମାନିତ କରାଯାଇଛି। ଏବଂ କାଶୀନଗର ପଞ୍ଚାୟତ ସମିତିର ବୁଦୁରା ଗ୍ରାମ ପଞ୍ଚାୟତକୁ  ଭିତ୍ତିଭୂମି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ,ଖରଡ଼ା ଗ୍ରାମ ପଞ୍ଚାୟତକୁ  ସୁସ୍ଥ ପଞ୍ଚାୟତ ଓ ରାଣୀପେଣ୍ଟ ଗ୍ରାମ ପଞ୍ଚାୟତକୁ ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଭାବେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉନ୍ନୟନ ଅଧିକାରୀ ବୈଷ୍ଣୟିକ  ଜ୍ୟୋତିରାଜ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ  ସନ୍ତୋଷ କୁମାର ନାୟକ, ଜିଲ୍ଲା ଜୀବିକା ମିଶନ ପରିଚାଳକ  ପ୍ରିୟମ୍ବଦା ବିଷୋୟୀ, ଜିଲ୍ଲା ସଂସ୍କୃତ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ, ଜନପ୍ରତିନିଧି ସମେତ ଜିଲ୍ଲାପରିଷଦ କାର୍ଯ୍ୟଳୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।