ସୁନାବେଡ଼ାରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ସାଇକେଲ ବଣ୍ଟନ

(ସେମିଳିଗୁଡ଼ା ଦଶରଥ ମାଛ ):- କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଷଦରେ ଆଜି ଶୁକ୍ରବାର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ଵାରା ବର୍ଛୁଆଲ ମାଧ୍ୟମରେ ସ୍ୱଚ୍ଛ ସାଥି, ସ୍ୱଚ୍ଛ କର୍ମୀ, ଆହାର କର୍ମୀ ମାନଙ୍କୁ ସାଇକେଲ ବଣ୍ଟନ କରିଥିଲେ, ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରଘୁରାମ ପଡାଲ ଉପସ୍ଥିତ ରହି  ସାଇକେଲ ବଣ୍ଟନ କରିଥିଲେ, ପରେ ଗାନ୍ଧୀ ନଗରରେ ମିନିପାର୍କ, ରାଜୀବ କଲୋନୀରେ ମିନି ପାର୍କ, ଚର୍ଚ୍ଚ କଲୋନୀରେ ମିନିପାର୍କ,  ଓପେନଜୀମ,ମୁକ୍ତ ଆକାଶ ବ୍ୟାୟାମ, ଶୌଚାଳୟ, ଶିଶୁ କ୍ରୀଡା ଉଧ୍ୟାନ, ଖଲା ସ୍ଥାନର ରୂପାନ୍ତ କୋରଣ ଉଦ୍ଘାଟନ ବିଧାୟକ ଦ୍ୱାରା କରାଯାଇଥିଲା ପୌରାଦକ୍ଷ ଡ଼ ରାଜେନ୍ଦ୍ର କୁମାର ପାତ୍ର, ଉପାଅଧ୍ୟକ୍ଷ ରିତୁ କଣ୍ଟା, ନିର୍ବାହି ଅଧିକାରୀ ଶ୍ରୀ ଗୋବିନ୍ଦ ଡନସେନା, ମମତା ରାୟ, ପରିଷଦର ବବିତା ଦାସ, ସନାଲି ଦାସ,ଏସ କେ ଆର ଜେନା,  ଏବଂ  ସମସ୍ତ ୱାର୍ଡର ପରିଷଦ ବୃନ୍ଦ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମର ମୋଟ  ୭୪ ସାଇକେଲ ବଣ୍ଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରିଷଦର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ଲାଷ୍ମୀଧର ମହାପାତ୍ର ସୁଚାର ରୂପେ କାର୍ଯ୍ୟକ୍ରମ ର ଦାଇତ୍ୱ ତୁଲାଇଥିଲେ। ଏଥିରେ ବିଭିନ୍ନ ୱାର୍ଡର ଜନସାଧାରଣ ଲୋକ ଯୋଗ ଦେଇଥିଲେ।